ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଆଜି ବର୍ଷା ହେବାର ସମ୍ଭାବନା

ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ବିସ୍ତୃତି ବଢିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ। ଏହା ସହ ଆଜି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣି ଜାରି କରାଯାଇଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଆହୁରି କହିଛନ୍ତି, ରାଜ୍ୟରେ ଏବେ ମୌସୁମୀ ପ୍ରଭାବ ଦୁର୍ବଳ ରହିଛି । ଗତ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ ସ୍ୱାଭାବିକଠାରୁ ୮୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଜୁନ ଆରମ୍ଭରୁ ଏଯାବତ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ମୌସୁମୀ ଦୁର୍ବଳ ଥିଲା, ଏବେ ଏବେ ତାହା ସ୍ୱାଭାବିକ ସ୍ଥିତିକୁ ଆସୁଛି। ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୭୦ରୁ ଉର୍ଦ୍ଧ୍ଵ ରହୁଛି। ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି। ୪ ତାରିଖ ପରେ ସମଗ୍ର ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ।

Share Now:

Kalinga News Beuro

Next Post

ମଣିପୁର ହିଂସାରେ ଚୀନର ସମ୍ପୃକ୍ତି ରହିଛି : ସଞ୍ଜୟ ରାଉତ

Sun Jul 2 , 2023
ନୂଆଦିଲ୍ଲୀ: ମଣିପୁରରେ ହିଂସାକୁ ପ୍ରୋତ୍ସାହନ ଦେବାରେ ଚୀନ୍‌ ସମ୍ପୃକ୍ତ ବୋଲି ଶିବସେନା (ଉଦ୍ଧବ ଠାକ୍‌ରେ) ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଏଥିସହ ଚୀନ୍‌ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସାଂସଦ ସଞ୍ଜୟ ରାଉତ ଦର୍ଶାଇଛନ୍ତି ଯେ କେନ୍ଦ୍ର ଏବଂ ଉତ୍ତରପୂର୍ବ ରାଜ୍ୟରେ ବିଜେପି କ୍ଷମତାରେ ଅଛି; ଯେଉଁଠାରେ ମେ’ ୩ ତାରିଖରୁ ଜାତିଗତ ହିଂସା ଦେଖିବାକୁ ମିଳିଛି। ତେବେ, ହିଂସା କାଣ୍ଡର ଯୋଜନା କିଏ […]
ମଣିପୁର ହିଂସାରେ ଚୀନର ସମ୍ପୃକ୍ତି ରହିଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial