ମଣିପୁର ହିଂସାରେ ଚୀନର ସମ୍ପୃକ୍ତି ରହିଛି : ସଞ୍ଜୟ ରାଉତ

ମଣିପୁର ହିଂସାରେ ଚୀନର ସମ୍ପୃକ୍ତି ରହିଛି

ନୂଆଦିଲ୍ଲୀ: ମଣିପୁରରେ ହିଂସାକୁ ପ୍ରୋତ୍ସାହନ ଦେବାରେ ଚୀନ୍‌ ସମ୍ପୃକ୍ତ ବୋଲି ଶିବସେନା (ଉଦ୍ଧବ ଠାକ୍‌ରେ) ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଏଥିସହ ଚୀନ୍‌ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ସାଂସଦ ସଞ୍ଜୟ ରାଉତ ଦର୍ଶାଇଛନ୍ତି ଯେ କେନ୍ଦ୍ର ଏବଂ ଉତ୍ତରପୂର୍ବ ରାଜ୍ୟରେ ବିଜେପି କ୍ଷମତାରେ ଅଛି; ଯେଉଁଠାରେ ମେ’ ୩ ତାରିଖରୁ ଜାତିଗତ ହିଂସା ଦେଖିବାକୁ ମିଳିଛି। ତେବେ, ହିଂସା କାଣ୍ଡର ଯୋଜନା କିଏ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି?
‘ମଣିପୁର ହିଂସାରେ ଚୀନର ସମ୍ପୃକ୍ତି ରହିଛି। ଆପଣ କ’ଣ ପଦକ୍ଷେପ ନେଇଛନ୍ତି’? ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ଇସ୍ତଫା ଦାବି କରି ସଞ୍ଜୟ ରାଉତ କହିଛନ୍ତି, ୪୦ ଦିନରୁ ଅଧିକ ସମୟ ଧରି ହିଂସା ଜାରି ରହିଛି, ଲୋକମାନେ ଘର ଛାଡ଼ି ରିଲିଫ୍‌ କ୍ୟାମ୍ପରେ ରହୁଛନ୍ତି। ଦୀର୍ଘ ୫୦ ଦିନ ଧରି ରାଜ୍ୟରେ ଚାଲିଥିବା ହିଂସାକାଣ୍ଡରେ ବିଦେଶୀ ହାତର ସମ୍ପୃକ୍ତି ଥିବା ନେଇ ବିରେନ ସିଂହ ସଙ୍କେତ ଦେବାର କିଛି ଘଣ୍ଟା ପରେ ସାଂସଦ ସଞ୍ଜୟ ରାଉତଙ୍କ ଏହି ବୟାନ ଆସିଛି। ‘ସେ (ବିରେନ ସିଂହ) ଇସ୍ତଫା ଦିଅନ୍ତୁ ଏବଂ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ’ ବୋଲି ଶ୍ରୀ ରାଉତ କହିଛନ୍ତି।

Share Now:

Kalinga News Beuro

Next Post

ଆକାଶରେ ଧକ୍କାଖାଇ ଜଳିଗଲା ଦୁଇଟି ଲଢୁଆ ବିମାନ : ଦୁଇ ପାଇଲଟ୍‌ ମୃତ

Sun Jul 2 , 2023
ନୂଆଦିଲ୍ଲୀ: ଶନିବାର ଦିନ ଆପିୟେ ବାୟୁସେନା ଘାଟି ଆକାଶରେ ଦୁଇଟି କଲମ୍ବୀୟ ବାୟୁସେନା ବିମାନ ପରସ୍ପର ସହିତ ଧକ୍କା ଖାଇ ପୋଡ଼ିଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ଦୁର୍ଘଟଣାରେ ଉଭୟ ବିମାନର ପାଇଲଟ୍‌ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆପିୟେ ବାୟୁସେନା ଘାଟିରେ ଉଭୟ ବିମାନ ପ୍ରଶିକ୍ଷଣ ଅଭ୍ୟାସ […]
ଆକାଶରେ ଜଳିଗଲା ଦୁଇଟି ଲଢୁଆ ବିମାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial