ଆକାଶରେ ଧକ୍କାଖାଇ ଜଳିଗଲା ଦୁଇଟି ଲଢୁଆ ବିମାନ : ଦୁଇ ପାଇଲଟ୍‌ ମୃତ

ଆକାଶରେ ଜଳିଗଲା ଦୁଇଟି ଲଢୁଆ ବିମାନ

ନୂଆଦିଲ୍ଲୀ: ଶନିବାର ଦିନ ଆପିୟେ ବାୟୁସେନା ଘାଟି ଆକାଶରେ ଦୁଇଟି କଲମ୍ବୀୟ ବାୟୁସେନା ବିମାନ ପରସ୍ପର ସହିତ ଧକ୍କା ଖାଇ ପୋଡ଼ିଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ଦୁର୍ଘଟଣାରେ ଉଭୟ ବିମାନର ପାଇଲଟ୍‌ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆପିୟେ ବାୟୁସେନା ଘାଟିରେ ଉଭୟ ବିମାନ ପ୍ରଶିକ୍ଷଣ ଅଭ୍ୟାସ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଦେଶର ବାୟୁସେନା ଜାରି କରିଥିବା ବିବୃତ୍ତିରେ ଉଲ୍ଳେଖ ଅଛି ଯେ, ଏହି ଭୟାବହ ଦୁର୍ଘଟଣା ଯୋଗୁଁ ଅନ୍ୟୂନ ୨ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି।
ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି, ପ୍ରଶିକ୍ଷଣ ଅଭ୍ୟାସ ବେଳେ କେତେଗୁଡ଼ିଏ ଲଢୁଆ ବିମାନ ଆକାଶରେ ଚକ୍ରାକାରେ ବୁଲୁଥିବା ବେଳେ ଦୁଇଟି ‘ଟି-୨୭ ଟ୍ୟୁକାନୋ ବିମାନ ପରସ୍ପର ସହିତ ଧକ୍କା ଖାଇ ପୋଡ଼ିଯାଉଛନ୍ତି। ଦୁଇ ପାଇଲଟ୍‌ଙ୍କ ବିୟୋଗରେ ଦୁଃଖବ୍ୟକ୍ତ କରି କଲମ୍ବୀୟ ବାୟୁସେନା ଲେଖିଛି: ମୃତ ପାଇଲଟ୍‌ଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛୁ। ପାଇଲଟ୍‌ମାନେ ମରନ୍ତି ନାହିଁ, ଅଧିକ ଉଚ୍ଚକୁ ଉଡ଼ିଯାଆନ୍ତି। ସୂଚନାଯୋଗ୍ୟ, ବ୍ରାଜିଲୀୟ ବାୟୁସେନାଦ୍ୱାରା ବିକଶିତ ‘ଟି-୨୭’ ଟ୍ରେନ୍‌ର୍‌ ଲଢୁଆ ବିମାନକୁ ଅଧିକାଂଶ ଦକ୍ଷିଣ ଆମେରିକୀୟ ବାୟୁସେନା ବ୍ୟବହାର କରନ୍ତି।

Share Now:

Kalinga News Beuro

Next Post

ଓଡ଼ିଶା-ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Sun Jul 2 , 2023
ମାଲକାନଗିରି: ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମାଓ ସାମଗ୍ରୀକୁ ମିଳିଥିବା ନେଇ ମାଲକାନଗିରି ଏସପି ନିତିଶ୍ ୱାଧୱାନୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ପୁଲିସ ଓ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନ ଚାଲୁରହିଛି। ଗତ ୨୯ ତାରିଖ ଅପରାହ୍ନ ୫ଟା ୧୫ ମିନିଟରେ ଜୋଡାମ୍ବ ଥାନା ଅନ୍ତର୍ଗତ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଡାବୁଗୁଡା […]
ଓଡ଼ିଶା-ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial