‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ : ଟସ୍‌ ଜିଣି ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ପାକିସ୍ତାନ

ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ପାକିସ୍ତାନ

ଚେନ୍ନାଇ: ଆଜି ଚେନ୍ନାଇସ୍ଥିତ ‘ଏମ୍‌. ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌’ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ପାକିସ୍ତାନର ଅଧିନାୟକ ବାବାର ଆଜମ୍‌ ପ୍ରଥମେ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଟସ୍‌’ ଜିଣିବା ପରେ ପାକିସ୍ତାନର ଅଧିନାୟକ ବାବାର ଆଜମ୍‌ କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ପିଚ୍‌ କଠିନ ଦିଶୁଥିବାରୁ ସ୍ପିନ୍‌ ହେବା ପରି ମନେହେଉଛି। ଆମେ ଭଲ ଖେଳିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବୁ। ଆଫଗାନିସ୍ତାନ ଅଧିନାୟକ ହସ୍‌ମତୁଲ୍ଲା ଶାହିଦି କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ଚାହୁଁଥିଲୁ। କିନ୍ତୁ, ଟସ୍‌ ଆମ ସପକ୍ଷରେ ଗଲାନାହିଁ। ଆମେ ସେମାନଙ୍କୁ ୨୫୦ ରନ୍‌ ମଧ୍ୟରେ ସୀମିତି ରଖିବାକୁ ଚାହୁଁଛୁ। ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ଓଭରରେ ୩ଟି ବଲ୍‌ ଖେଳି କୌଣସି ୱିକେଟ୍‌ ହରାଇ ୧ ରନ୍‌ ସଂଗ୍ରହ କରିଛି। ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ଅବ୍ଦୁଲ୍ଲା ଶଫିକି ଓ ଇମାମ୍‌-ଉଲ୍‌-ହକ୍‌। ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ନବୀନ୍‌-ଉଲ୍‌-ହକ୍‌।
ଆଜି ପାକିସ୍ତାନ ଏକାଦଶରେ ଖେଳୁଛନ୍ତି, ଅବ୍ଦୁଲ୍ଲା ଶଫିକି, ଇମାମ୍‌-ଉଲ୍‌-ହକ୍‌, ବାବର୍‌ ଆଜମ୍‌ (ଅଧିନାୟକ), ମହମ୍ମଦ୍‌ ରିଜ୍‌ୱାନ୍‌ (ୱିକେଟ୍‌ରକ୍ଷକ), ସୌଦ୍‌ ଶକୀଲ୍‌, ଇଫ୍‌ତିଖର୍‌ ଅହମଦ୍‌, ଶାଦାବ୍‌ ଖାଁ, ଉସାମା ମିର୍‌, ଶାହୀନ୍‌ ଆଫ୍ରିଦି, ହସନ୍‌ ଅଲି ଓ ହାରିସ୍‌ ରୌଫ୍‌। ସେହିପରି ଆଫଗାନିସ୍ତାନ ଏକାଦଶରେ ଖେଳୁଛନ୍ତି, ରହମନୁଲ୍ଲା ଗୁର୍‌ବାଜ୍‌, ଇବ୍ରାହିମ୍‌ ଜର୍ଦାନ୍‌, ରହମତ୍‌ ଶାହ, ହସ୍‌ମତୁଲ୍ଲା ଶାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଇକ୍ରାମ୍‌ ଅଲିଖିଲ୍‌ (ୱିକେଟ୍‌ରକ୍ଷକ), ମହମ୍ମଦ୍‌ ନବି, ରଶିଦ ଖାଁ, ମୁଜୀବ୍‌ ଉର୍‌ ରହମନ୍‌, ନବୀନ୍‌-ଉଲ୍‌-ହକ୍‌ ଓ ନୂର୍‌ ଅହମଦ୍‌।

Share Now:

Kalinga News Beuro

Next Post

ରାଜଧାନୀରେ ପୋଷ୍ଟର ଲଢ଼େଇ : ବିଜେପିର ପୋଷ୍ଟର ଲିଭାଯାଉଛି, ଜବାବ ରଖିଲା ବିଜେଡି

Mon Oct 23 , 2023
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୋଷ୍ଟର ଲଢ଼େଇ ଚାଲିଛି। ଏଣେ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଛା ଚାଲିଛି। ଦୁଇ ମାସ ଆଗରୁ ଭୁବନେଶ୍ଵର ସାଂସଦଙ୍କ ସମର୍ଥକମାନେ କାନ୍ଥ ବାଡ଼ରେ ‘ଏଥର ପୁଣି ଅପରାଜିତା’ ଲେଖି ଏକପ୍ରକାର ପ୍ରଚାର ଆରମ୍ଭ କରି ଦେଇଥିଲେ। ଆଉ ଏବେ ଶାସକ ବିଜେଡି ଦଳ ମଧ୍ୟ କାନ୍ଥ ରାଜନୀତିକୁ ଓହ୍ଲାଇଛି। ସହରର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମାନେ ‘ଶଙ୍ଖ ବିକାଶର ଚିହ୍ନ ଓ ଆମ ଚିହ୍ନ […]
ରାଜଧାନୀରେ ପୋଷ୍ଟର ଲଢ଼େଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial