ରାଜଧାନୀରେ ପୋଷ୍ଟର ଲଢ଼େଇ : ବିଜେପିର ପୋଷ୍ଟର ଲିଭାଯାଉଛି, ଜବାବ ରଖିଲା ବିଜେଡି

ରାଜଧାନୀରେ ପୋଷ୍ଟର ଲଢ଼େଇ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୋଷ୍ଟର ଲଢ଼େଇ ଚାଲିଛି। ଏଣେ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଛା ଚାଲିଛି। ଦୁଇ ମାସ ଆଗରୁ ଭୁବନେଶ୍ଵର ସାଂସଦଙ୍କ ସମର୍ଥକମାନେ କାନ୍ଥ ବାଡ଼ରେ ‘ଏଥର ପୁଣି ଅପରାଜିତା’ ଲେଖି ଏକପ୍ରକାର ପ୍ରଚାର ଆରମ୍ଭ କରି ଦେଇଥିଲେ। ଆଉ ଏବେ ଶାସକ ବିଜେଡି ଦଳ ମଧ୍ୟ କାନ୍ଥ ରାଜନୀତିକୁ ଓହ୍ଲାଇଛି। ସହରର ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମାନେ ‘ଶଙ୍ଖ ବିକାଶର ଚିହ୍ନ ଓ ଆମ ଚିହ୍ନ ‘ଶଙ୍ଖ’ ଆଦି ସ୍ଲୋଗାନ ଲେଖିଥିବା ଦେଖିବାକୁ ମିଳୁଛି।
ଏମିତି କି ସାଂସଦ ଲେଖିଥିବା ପୋଷ୍ଟରକୁ ଜାଣିଶୁଣି ବିଜେଡି ଲିଭାଇ ଦେଉଥିବା ଅଭିଯୋଗ ଆଣିଛି ବିଜେପି। ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, ବିଜେଡି ବର୍ତ୍ତମାନ ବିଜେପି ଓ ଭୁବନେଶ୍ୱର ସାଂସଦଙ୍କୁ ଦେଖି ଭୟଭୀତ ହୋଇଯାଇଛି। ଫଳରେ ପ୍ରଶାସନିକ କଳ ବଳ ଲଗାଇ ଦେଇଛି। ଯେଉଁଠି ବିଜେପିର ପୋଷ୍ଟର ଲିଭାଯାଉଛି କିମ୍ବା ଫାଡା ଯାଉଛି, ସେଠାରେ ବିଜେପିର ଭୋଟ ବଢ଼ୁଛି। ଆଗାମୀ ଦିନରେ ଭୁବନେଶ୍ୱରବାସୀ ଓ ରାଜ୍ୟବାସୀ ଏହାର ଜବାବ ଦେବେ। ସେପଟେ ବିଜେପି ଅଭିଯୋଗର କଡା ଜବାବ ଦେଇଛି ଶାସକ ଦଳ। ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ବିଜେଡି ସବୁ ବେଳେ ଲୋକଙ୍କ ମନ ଜିତିବାରେ ବିଶ୍ୱାସ କରେ। ଏହା ହିଁ ପ୍ରକୃତ ଲଢ଼େଇ। ଆମେ ପୋଷ୍ଟର ଲଢ଼େଇରେ ବିଶ୍ୱାସ ରଖୁ ନାହିଁ। କାହା ପୋଷ୍ଟର ଉପରେ ପୋଷ୍ଟର ମାରିବା, ଲେଖାକୁ ଲିଭାଇବା ଆମ କାମ ନୁହେଁ। ଆମେ ଲୋକଙ୍କ ସହ ରହିଛୁ, ରହିବୁ। ଆମ ଦଳର ନେତା ଯାହା ଶିଖାଇଛନ୍ତି, ଆମେ ସେହି ଅନୁସାରେ କାମ କରୁ। ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।

Share Now:

Kalinga News Beuro

Next Post

ଅଧିକ ମହିଳା ମହାକାଶଚାରୀ ସାମିଲ କରିବା ମୋ ଇଚ୍ଛା : ଇସ୍ରୋ ମୁଖ୍ୟ

Tue Oct 24 , 2023
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଏସ୍‌ ସୋମନାଥ ମଙ୍ଗଳବାର ଦେଶର ମହାକାଶ ଅଭିଯାନରେ ମହିଳାଙ୍କ ପ୍ରତିନଧିତ୍ୱ ବଢ଼ାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଇଚ୍ଛା ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ଭାବନାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ତିରୁଅନନ୍ତପୁରମର ପୌର୍ଣ୍ଣମୀ କାଭୁ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମନାଥ ବିଜୟା ଦଶମୀରେ ବିଦ୍ୟାରମ୍ଭମ୍‌ ସମାରୋହ‌ର ଅତିଥି ଭାବରେ ଯୋଗଦେବା ଅବସରରେ, ସେ ଇସ୍ରୋର ମହତ୍ୱାକାଂକ୍ଷୀ ଗଗନଯାନ ଅଭିଯାନରେ […]
ଇସ୍ରୋ ମୁଖ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial