ଅଧିକ ମହିଳା ମହାକାଶଚାରୀ ସାମିଲ କରିବା ମୋ ଇଚ୍ଛା : ଇସ୍ରୋ ମୁଖ୍ୟ

ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଏସ୍‌ ସୋମନାଥ ମଙ୍ଗଳବାର ଦେଶର ମହାକାଶ ଅଭିଯାନରେ ମହିଳାଙ୍କ ପ୍ରତିନଧିତ୍ୱ ବଢ଼ାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଇଚ୍ଛା ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ଭାବନାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ତିରୁଅନନ୍ତପୁରମର ପୌର୍ଣ୍ଣମୀ କାଭୁ ମନ୍ଦିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମନାଥ ବିଜୟା ଦଶମୀରେ ବିଦ୍ୟାରମ୍ଭମ୍‌ ସମାରୋହ‌ର ଅତିଥି ଭାବରେ ଯୋଗଦେବା ଅବସରରେ, ସେ ଇସ୍ରୋର ମହତ୍ୱାକାଂକ୍ଷୀ ଗଗନଯାନ ଅଭିଯାନରେ ଅଧିକ ମହିଳା ମହାକାଶଚାରୀଙ୍କୁ ଦେଖିବାକୁ ଆଶା ରଖିଥିବା ସୂଚନା ଦେଇଛନ୍ତି। ଏଥିସହ ସୋମନାଥ ସ୍ପଷ୍ଟ କରିଛନ୍ତି ଯେ ଯେହେତୁ ମହାକାଶଚାରୀ ଚୟନ ଏବଂ ତାଲିମ ହୋଇସାରିଛି। ତେଣୁ ଗଗନଯାନର ଉଦ୍‌ଘାଟନୀ ଅଭିଯାନରେ ମହିଳାଙ୍କ ଅଂଶଗ୍ରହଣ ସମ୍ଭବ ହେବ ନାହିଁ। ତେବେ ଭବିଷ୍ୟତର ଗଗନଯାନ ଅଭିଯାନରେ ମହିଳାଙ୍କ ଅଧିକ ସଂପୃକ୍ତି ନେଇ ସେ ଆଶାବାଦୀ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଗଗନଯାନ ଯୋଜନାର ଲକ୍ଷ୍ୟ ହେଉଛି ମହାକାଶକୁ ମଣିଷଙ୍କୁ ପଠାଇବା ଏବଂ ସେମାନଙ୍କୁ ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିବା।
ମହାକାଶ ଅଭିଯାନରେ ଅଧିକ ମହିଳା ମହାକାଶଚାରୀଙ୍କୁ ସାମିଲ କରିବା ମୋ ଇଚ୍ଛା ଏବଂ ମୁଁ କେବଳ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ସ୍ୱରକୁ ଉତ୍ତୋଳନ କରୁଛି ବୋଲି ସେ କହିଛନ୍ତି। ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ମହାକାଶ ଏଜେନ୍‌ସି ଏହାର ବହୁ ପ୍ରତୀକ୍ଷିତ ମାନବ ମହାକାଶ ଉଡାଣ କାର୍ଯ୍ୟକ୍ରମ ଗଗନଯାନ ପାଇଁ ମହିଳା ଲଢୁଆ ପରୀକ୍ଷଣ ପାଇଲଟ କିମ୍ବା ମହିଳା ବୈଜ୍ଞାନିକଙ୍କୁ ପସନ୍ଦ କରୁଛି ଏବଂ ଭବିଷ୍ୟତରେ ସେମାନଙ୍କୁ ପଠାଇବା ସମ୍ଭବ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ରୋ ଆସନ୍ତା ବର୍ଷ ଏହାର ମାନବବିହୀନ ଗଗନଯାନ ମହାକାଶକୁ ପଠାଇବ। ଏହି ମହତ୍ୱାକାଂକ୍ଷୀ ଅଭିଯାନର ଲକ୍ଷ୍ୟ ହେଉଛି ୩ ଦିନ ପର୍ଯ୍ୟନ୍ତ ୪୦୦ କିଲୋମିଟର ନିମ୍ନ ପୃଥିବୀ କକ୍ଷପଥରେ ମନୁଷ୍ୟକୁ ମହାକାଶକୁ ପଠାଇବା ଏବଂ ସେମାନଙ୍କୁ ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିବା।

Share Now:

Kalinga News Beuro

Next Post

ଭାରତକୁ ମାଗଣା ଭିସା ମଞ୍ଜୁର କଲା ଶ୍ରୀଲଙ୍କା

Tue Oct 24 , 2023
ନୂଆଦିଲ୍ଲୀ: ଶ୍ରୀଲଙ୍କା ଋଣଭାରରେ ବୁଡ଼ି ରହିଥିବା ବେଳେ ଏହି ଦ୍ୱୀପଦେଶ ନିଜର ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ଲାଗି ପ୍ରୟାସ ଚଳାଇଛି। ଏହିକ୍ରମରେ ଭାରତ ଏବଂ ଅନ୍ୟ ୬ଟି ଦେଶରୁ ଶ୍ରୀଲଙ୍କା ଆସୁଥିବା ନାଗରିକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଶ୍ରୀଲଙ୍କା କ୍ୟାବିନେଟ୍‌ ନିଷ୍ପତ୍ତି ନେବା ସହ ଏହି ନୀତିକୁ ଅନୁମୋଦନ କରିଛି ବୋଲି ମଙ୍ଗଳବାର ଦିନ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲ୍ଲୀ ସାବରୀ କହିଛନ୍ତି।ବୈଦେଶିକ ମନ୍ତ୍ରୀ ସାବରୀ ଏକ […]
ଭାରତକୁ ମାଗଣା ଭିସା ମଞ୍ଜୁର କଲା ଶ୍ରୀଲଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial