ସରକାରଙ୍କୁ ଘେରିଲେ ବିରୋଧୀ: ପ୍ରବାସୀ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ପାଖରେ ତଥ୍ୟ ନାହିଁ

ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ କେତେ ପ୍ରବାସୀ ଶ୍ରମିକ ଚାକିରି ହରାଇଛନ୍ତି, କେତେଜଣ ମୃତ୍ୟୁବରଣ କରିଛନ୍ତି ତାହାର ତଥ୍ୟ ସରକାରଙ୍କ ନିକଟରେ ନାହିଁ। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ପାଖରେ ମୃତ୍ୟୁ ସଂକ୍ରାନ୍ତ କୌଣସି ତଥ୍ୟ ନଥିବାରୁ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। ଲୋକସଭାରେ ସରକାର ଲିଖିତ ଜବାବ ରଖି ଏହା କହିଥିବାବେଳେ ବିରୋଧୀ ଦଳ ନେତାମାନେ ସରକାରଙ୍କର ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।
କିନ୍ତୁ ମନ୍ତ୍ରାଳୟ ପକ୍ଷରୁ ଏହା ସ୍ବୀକାର କରାଯାଇଛି ଯେ, ଲକ୍‌ଡାଉନ ସମୟରେ ୧ କୋଟିରୁ ଅଧିକ ପ୍ରବାସୀ ଦେଶର ବିଭିନ୍ନ ସ୍ଥାନରୁ ନିଜ ନିଜ ଗୃହ ରାଜ୍ୟକୁ ଫେରିଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ପକ୍ଷରୁ ଏହି ଉତ୍ତର ରଖାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିବା ଦ୍ୱାରା ଲକ୍ଷ ଲକ୍ଷ ଶ୍ରମିକ କାମଧନ୍ଦା ହରାଇଲେ। ଖାଇବା ଓ ରହିବାର ସୁଯୋଗ ନପାଇ ବିଭିନ୍ନ ଉପାୟରେ, ଏପରିକି ଚାଲିଚାଲି, ନିଜ ରାଜ୍ୟକୁ ଫେରିବାକୁ ଲାଗିଲେ। ଏହି ସମୟରେ ବାଟରେ ଦୁର୍ଘଟଣାରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ କେତେକ ରାଜ୍ୟ ରେଳ ମନ୍ତ୍ରାଳୟ ସହଯୋଗରେ ଶ୍ରମିକ ସ୍ପେସାଲ ଟ୍ରେନ ଚଳାଇଥିଲେ। ଟ୍ରେନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। କିନ୍ତୁ ସେହି ସମୟରେ ଶ୍ରମିକମାନେ ଅକଥନୀୟ ନିର୍ଯ୍ୟାତନା ସହିଥିଲେ।

Share Now:

Kalinga News Beuro

Next Post

ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ: ତୁମେ ଗଣିନ,ତେଣୁ ‌କେହି ମରିନାହାନ୍ତି

Wed Sep 16 , 2020
ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାର ସଂସଦରେ ଯେଉଁ ତଥ୍ୟ ରଖିଛନ୍ତି ତା’କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଲକ୍‌ ଡାଉନ୍‌ ସମୟରେ କେତେ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ସେନେଇ ମୋଦୀ ସରକାର କିଛି ଜାଣନ୍ତିନାହିଁ। କେତେ ସଂଖ୍ୟକ ଲୋକ ଚାକିରି ହରାଇଛନ୍ତି ତାହା ବି ସରକାର ଜାଣନ୍ତିନି। ଯଦି ତୁମେ ଗଣିନାହଁ ତେବେ କ’ଣ […]
ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ କଟାକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial