ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ : ମୁଖ୍ୟ ନିର୍ବାଚନ ଅଧିକାରୀ

ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ

ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପଦକ୍ଷେପ

ଭୁବନେଶ୍ବର: ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଆଜି ଦେହାନ୍ତ ହୋଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଯୋଗୁଁ ପିପିଲି ଉପନିର୍ବାଚନ ତାରିଖ ଘୁଂଚିବ। ଉପନିର୍ବାଚନ ପାଇଁ ପୁଣି ତାରିଖ ଘୋ‌ଷଣା ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ନୂଆ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ପୁଣି ଥରେ ପ୍ରାର୍ଥୀ‌ ଦେବାକୁ ସୁଯୋଗ ମିଳିବ। ବିଜେଡି ଓ ବିଜେପି ସମେତ ଅନ୍ୟ ନେତାଙ୍କ ଦ୍ବାରା ନାମାଙ୍କନ କରାଯାଇଥିବା ପ୍ରାର୍ଥୀମାନଙ୍କର ନାମ ବଳବତ୍ତର ରହିବ। ଅଜିତ ମଙ୍ଗରାଜ ସ୍ଥାନୀୟ ଅଂଚଳରେ ଜଣେ ଭଲ ନେତା ନେତା ଥିଲେ।

Share Now:

Kalinga News Beuro

Next Post

ଡାଳିଯୋଡ଼ା ଜଙ୍ଗଲରୁ ଠାବ ହେଲା ୮୦୦ ବର୍ଷର ପ୍ରାଚୀନ କୂଅ

Thu Apr 15 , 2021
ଭୁବନେଶ୍ୱର: କଟକ ଜିଲ୍ଲା ଆମ୍ବିଳିଝରି ଗ୍ରାମ ନିକଟସ୍ଥ ଡାଳିଯୋଡ଼ା ଜଙ୍ଗଲ ମଧ୍ୟ‌ରେ ଏକ ପ୍ରାଚୀନ କୂଅର ସନ୍ଧାନ ମିଳିଛି। ଏହି କୂଅଟି ଦ୍ବାଦଶ/ତ୍ରୟୋଦଶ ଶତାବ୍ଦୀ‌ରେ ନିର୍ମିତ ହୋଇଥିବା ନେଇ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (ଇନ୍‌ଟାକ୍‌) ପକ୍ଷରୁ ଅନୁମାନ କରାଯାଇଛି। ଏହି ପ୍ରାଚୀନ କୂଅଟିର ସନ୍ଧାନ ପ୍ରଥମେ ଡାଳିଯୋଡ଼ା ପ୍ରାସାଦରେ ରହୁଥିବା ପଞ୍ଚାକୋଟ ରାଜପରିବାରର ବର୍ତ୍ତମାନର ରାଜା ଦେବଜିତ୍ ସିଂହଦେଓ ପାଇଥିଲେ। ପରେ ସେ […]
ଜଙ୍ଗଲରୁ ଠାବ ହେଲା ୮୦୦ ବର୍ଷର କୂଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial