ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ : ଉପବାଚସ୍ପତି କରାଇଲେ ଶପଥ ପାଠ

ବିଧାୟିକା ଭାବେ ଶପଥ ନେଲେ ଦୀପାଳି

ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ। ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି। ସକାଳ ୧୦ଟା ୪୫ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ଗତକାଲି ଦୀପାଳି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପରେ ଗଣମାଧ୍ୟମକୁ ଦୀପାଳି କହିଛନ୍ତି ଯେ, ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର, ସ୍ୱର୍ଗତ ନବ ଦାସଙ୍କର ଏବଂ ଝାରସୁଗୁଡ଼ାବାସୀଙ୍କର। ଉପନିର୍ବାଚନ ପାଇଁ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏହାପରେ ମୁଁ ସମସ୍ତଙ୍କୁ ଭେଟି ସେମାନଙ୍କ ନିକଟରୁ ଆଶୀର୍ବାଦ ନେବା ସହ, ସେମାନଙ୍କୁ କୃତଜ୍ଞତା ଜଣାଇବି। ବାପାଙ୍କର ସ୍ୱପ୍ନ ଥିଲା ଯେ,ଝାରସୁଗୁଡ଼ାକୁ ନୂତନ ଭାବେ ଗଠନ କରିବା। ବାପାଙ୍କ ଦ୍ୱାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୋ ବାପା ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜ ଏବଂ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର ନିର୍ମାଣ ସ୍ୱପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି।

Share Now:

Kalinga News Beuro

Next Post

ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ

Tue May 16 , 2023
ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି। ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି। ସେ କଟକ ଜିଲ୍ଲା ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା […]
ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ବଧୂ ନିର୍ଯାତନା ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial