ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ମୁମ୍ବାଇ: ଆଜି ମୁମ୍ବାଇସ୍ଥିତ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଟିମ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି ଭାରତର ମହିଳା କ୍ରିକେଟ୍‌ ଟିମ୍ ଇତିହାସ ସୃଷ୍ଟି କରିଛି। ଏହି ୪ ଦିବସୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଚତୁର୍ଥ ଇନିଙ୍ଗ୍ସ୍‌ରେ ଭାରତର ମହିଳା କ୍ରିକେଟ୍‌ ଟିମ୍‌ ୧୮.୪ ଓଭର୍‌ରେ ୨ ୱିକେଟ୍‌ ବିନିମୟରେ ନିର୍ଦ୍ଧାରିତ ୭୫ ରନ୍‌ ସଂଗ୍ରହ କରି ଏହି ଐତିହାସିକ ବିଜୟ ହାସଲ କରିଛି। ଏଥିରେ ୬୧ ବଲ୍‌ରେ ୩୮ ରନ୍‌ କରି ସ୍ମୃତି ମନ୍ଧନା ନଟ୍‌ଆଉଟ୍‌ ରହିଛନ୍ତି। ଚୌକା ମାରି ମ୍ୟାଚ୍‌ରେ ବିଜୟ ହାସଲ କରାଇଥିବା ମନ୍ଧନା କହିଛନ୍ତି, ଖେଳ ସେତେ କଠିନ ନ ଥିଲା। ତୃତୀୟ ଓ ଚତୁର୍ଥ ଦିବସରେ ଖେଳର ପରିସ୍ଥିତି ବଦଳି ଯିବ ବୋଲି ଭାବୁଥିଲୁ। କିନ୍ତୁ, ଧୈର୍ଯ୍ୟ ଧରିଲେ, କୌଣସି କଥା କଠିନ ଲାଗେ ନାହିଁ।
ସଂକ୍ଷିପ୍ତ ସ୍କୋର୍‌ ହିସାବରେ ଦେଖିଲେ, ପ୍ରଥମ ଓ ଦ୍ଵିତୀୟ ଇନିଙ୍ଗ୍‌ସ୍‌ରେ ଯଥାକ୍ରମେ ୨୧୯ ଓ ୨୧୬ କରିଥିବା ଅଷ୍ଟ୍ରେଲିଆ ଟିମ୍‌କୁ ଭାରତ ୭୫/୨ ଓ ୪୦୬ ରନ୍‌ କରି ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି ଟେଷ୍ଟ୍‌ମ୍ୟାଚ୍‌ ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପ୍ରଥମ ବିଜୟ। ଆଜିର ଖେଳ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ଭାରତର ପୂର୍ବତନ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି, ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଜୟ। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅତୁଳନୀୟ ଟେଷ୍ଟ୍‌ ବିଜୟ ନିମନ୍ତେ ଟିମ୍‌ର ସବୁ ଖେଳାଳିଙ୍କୁ ଧନ୍ୟବାଦ।

Share Now:

Kalinga News Beuro

Next Post

୩ଟି ଅପରାଧିକ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ

Mon Dec 25 , 2023
ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ୩ଟି ଅପରାଧିକ ଆଇନ (ସଂଶୋଧନ) ବିଲ୍କୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏହି ୩ଟି ବିଲ୍ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ୍। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ୩ଟି ବିଲ୍ ଆଇନରେ ପରିଣତ ହୋଇଯାଇଛି। ଏସବୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial