ନୂଆଦିଲ୍ଲୀ : ପ୍ରଥମ ୨ଟି ମ୍ୟାଚ ହାରି ସିରିଜ୍ ହାରିଯାଇଥିବା ଭାରତୀୟ ଦଳ ଚଟ୍ଟଗ୍ରାମରେ ଅନୁଷ୍ଠିତ ୩ୟ ଦିନିକିଆରେ ରନର ପାହାଡ଼ ଛିଡ଼ା କରିଛି। ଇଶାନ କିଷନଙ୍କ ବିସ୍ଫୋରକ ଦ୍ୱିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୩ ରନରେ ଶିଖର ଧାୱନଙ୍କ ଓ୍ବିକେଟ୍ ହରାଇଥିଲା। କିନ୍ତୁ ଇଶାନ କିଷନ ଓ ବିରାଟ କୋହଲି ବାଂଲାଦେଶ ବୋଲଙ୍କ ଉପରେ ପ୍ରଭାବ ବିସ୍ତାର କରିଖେଳିଥିଲେ। କିଷନ ୧୩୧ଟି ବଲରୁ ୧୦ ଛକା ଓ ୨୪ ଚୌକା ସହ ୨୧୦ ରନ କରିଥିଲେ। ୪ର୍ଥ ଭାରତୀୟ ଖେଳାଳୀ ଭାବେ ସେ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ରୋହିତ ଶର୍ମା ( ୩ ଥର) ଦ୍ୱିଶତକ ହାସଲ କରିଛନ୍ତି। ସେହିପରି ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ, ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ ଓ ପାକିସ୍ତାନର ଫକର ଜମାନ ଦ୍ୱିଶତକ ହାସଲ କରିଛନ୍ତି। ସେହିପରି ବିରାଟ ମଧ୍ୟ ଦ୍ରୁତ ଗତିରେ ଖେଳି ୯୧ଟି ବଲରୁ ୧୧୩ ରନ କରିଥିଲେ। ମଧ୍ୟକ୍ରମ ବ୍ୟାଟରଙ୍କ ମଧ୍ୟରୁ ୱାସିଂଟନ ସୁନ୍ଦର ୩୭ ରନ ଓ ଅକ୍ଷର ପଟେଲ ୨୦ ରନ କରିଥିଲେ।
ଇଶାନ କିଷନଙ୍କ ଦ୍ୱିଶତକ : ବାଂଲାକୁ ୪୧୦ ରନର ଟାର୍ଗେଟ୍ ଦେଲା ଭାରତ

Share Now: