ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ : ମାଓ ସାମଗ୍ରୀ ଜବତ

ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଆଜି ସକାଳୁ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଦୁଇ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅରଛା ଥାନା ଅଞ୍ଚଳରୁ ଡିଆରଜି, ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ ପାଇଁ ଗୁଦାଡି ଜଂଗଲରେ ପଶିଥିଲେ। ତେବେ ନକ୍ସଲ ଯବାନଙ୍କୁ ଦେଖି ପ୍ରଥମେ ବୋମା ବିସ୍ଫୋରଣ କରିଥିବା ବେଳେ ପରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପୁଲିସ ଓ ନକ୍ସଲ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଯବାନ ବିସ୍ଫୋରକ ସହ ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି। ନକ୍ସଲ ଯବାନଙ୍କୁ ଆମ୍ବୁସରେ ଫସାଇ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହୋଇଥିଲେ ବୋଲି ପୁଲିସ କହିଛି।

Share Now:

Kalinga News Beuro

Next Post

ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ବିଜେଡି ସହ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା: ସୁରେଶ କୁମାର ରାଉତରାୟ

Sun Dec 11 , 2022
ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ନେଇ ଯେଉଁ ଅଭିଯୋଗ କରିଛନ୍ତି, ତାହା ସତ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ସୁରେଶ କୁମାର ରାଉତରାୟ କହିଛନ୍ତି, ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା। ଦଳର ସବୁ ବିଶିଷ୍ଟ ନେତା କଂଗ୍ରେସକୁ ହରେଇବାକୁ ସେଠିକି ଯାଇଥିଲେ, ଜିତେଇବା ସେମାନଙ୍କର ଲକ୍ଷ୍ୟ ନଥିଲା। ଏ […]
ବିଜେଡି ସହ ଡିଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial