ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ସିନିୟର୍ ଜେନେରାଲ ମ୍ୟାନେଜର

ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ସିନିୟର୍ ଜେନେରାଲ ମ୍ୟାନେଜର

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲର ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ସୂଚନା ଅନୁଯାୟୀ, ବ୍ରହ୍ମପୁରର ସିଦ୍ଧାର୍ଥ ନଗରରେ ଥିବା ତାଙ୍କର ତିନି ମହଲା କୋଠା, ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା କୋଠା, ଶିବ ମନ୍ଦିର ପଛରେ ଥିବା ଫାର୍ମ ହାଉସ୍, ଏସବିଆଇ ନିକଟ ଲୋଚାପଡା ମୁଖ୍ୟ ରାସ୍ତାରେ ଥିବା ଘର ଓ ମା ଭୈରବୀ ଟ୍ରେଡର୍ସର ଅଫିସ୍, ଅମ୍ବାପୁଆ ଠାରେ ଥିବା ୨ ବିଏଚକେ ଫ୍ଲାଟ, ନିଜ ଗାଁ ବାଳକୃଷ୍ଣପୁରର ଘର, ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ ଥିବା ଚାମ୍ବର, ଗୋପାଳପୁର ଥାନା ହରିପୁରରେ ଥିବା ଦୁଇ ମହଲା କୋଠା ଓ ପୁରୀ ଜିଲ୍ଲା ପିପିଲିରେ ଥିବା ଗୋଟିଏ ଫ୍ଲାଟରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି। ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦେଶକ୍ରମେ ଜଣେ ଅତିରିକ୍ତ ଏସପି, ୩ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୨ ଜଣ ଏସ ଆଇ/ ଏଏସ ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ଜିଏସଟି ଅଧିକାରୀମାନେ ଏହି ଚଢ଼ଉରେ ନିୟୋଜିତ ଅଛନ୍ତି।

Share Now:

Kalinga News Beuro

Next Post

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ : ଧରାପଡ଼ିଲା କଲ୍‌ କରିଥିବା ବ୍ୟକ୍ତି

Tue Jan 31 , 2023
ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ରାତି ପ୍ରାୟ ୧୨.୦୫ ସମୟରେ କେଜ୍ରିୱାଲ୍‌ଙ୍କ ନିକଟରୁ ଏକ ପିସିଆର୍‌ କଲ୍‌ ଆସିଥିଲା। ଏହି କଲ୍‌ ମାଧ୍ୟମରେ ତା‌ଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି। ଖବର ପାଇବା ପରେ ଦିଲ୍ଲୀ ପୁଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ତଦନ୍ତ କରି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଧରିବାରେ ସମର୍ଥ ହୋଇଛି। […]
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial