ଘରୋଇ କଳିର କରୁଣ ପରିଣତି : ଶିଶୁ କନ୍ୟାକୁ ବିଷ ପିଆଇ ନିଜେ ବିଷ ପିଇଦେଲା ମା

ଶିଶୁ କନ୍ୟାକୁ ବିଷ ପିଆଇ ନିଜେ ବିଷ ପିଇଦେଲା ମା

ବୁଗୁଡ଼ା:ଘରୋଇ କଳି ହେଲା କାଳ,ବାହାଘର ୩ ବର୍ଷ ନ ପୂରୁଣୁ ଅଢେଇ ବର୍ଷର ଶିଶୁ କନ୍ୟାକୁ ବିଷ ପିଆଇ ନିଜେ ବିଷ ପିଇଦେଲା ମା। ମେଡିକାଲ ନେବା ରାସ୍ତାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଦେଲା ମା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ଥାନା ତଥା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ। ମୃତ ମହିଳା ହେଲେ ପଚାଲୁଣ୍ଡି ବଡଦାଣ୍ଡ ସାହିର କୃଷ୍ଣ ବିଷୋୟୀଙ୍କ ସ୍ତ୍ରୀ ଆରତୀ ବିଷୋୟୀ(୨୩ )। କୃଷ୍ଣ କଟକ ସହରରେ ରୁଟି କମ୍ପାନୀ କରି ସେଠାରେ ରହୁଥିବା ବେଳେ ପତ୍ନୀ ଆରତୀ ବିଧବା ଶାଶୁଙ୍କ ସହ ଗ୍ରାମରେ ରହୁଥିଲେ। କିଛିଦିନ ତଳେ କୃଷ୍ଣ ପତ୍ନୀ ଓ ଝିଅକୁ କଟକରୁ ନେଇ ନିଜ ଗ୍ରାମ ପଚାଲୁଣ୍ଡିକୁ ଆସିଥିଲା ଏବଂ ଆଜି ଭୋରରୁ ପୁଣି ସମସ୍ତେ କଟକ ଯିବା ପାଇଁ ପ୍ରସ୍ତୁତ ହୋଇ ଖାଇପିଇ ଶୋଇଥିଲେ। ତେବେ ରାତି ପ୍ରାୟ ୧୨ଟା ସମୟରେ ଝିଅ ଖୁସି କାନ୍ଦିବାରୁ କୃଷ୍ଣ ନିଦରୁ ଉଠି କଣ ହେଲା ଦେଖିଲା ବେଳକୁ ଝିଅ ବାନ୍ତି କରୁଥିବାବେଳେ ପତ୍ନୀ ମଧ୍ୟ ଗାଧୁଆ ଘରେ ପଡି ବାନ୍ତି କରୁଥିଲେ।
ସାହି ପଡୋଶୀଙ୍କ ସହାୟତାରେ ଉଭୟ ମା ଓ ଶିଶୁଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା। ତେବେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିବା ବେଳେ ଆରତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ପହଞ୍ଚୁ ପହଞ୍ଚୁ ଆରତୀ ମଧ୍ୟ ଆଖି ବୁଜିଦେଇ ଥିଲେ। ଏନେଇ ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି। ୩ ବର୍ଷ ତଳେ କୃଷ୍ଣ ପୋଲସରା ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ଶଙ୍କର ମଳିକଙ୍କ ଝିଅ ଆରତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। କୃଷ୍ଣ କଟକରେ ରୁଟି ଫ୍ୟାକ୍ଟ୍ରି କରିଥିଲେ ହେଁ ଋଣ ଭାରରେ ବୁଡି ରହିଥିବାରୁ ସ୍ତ୍ରୀ ଓ ଛୁଆକୁ ନିଜ ଗ୍ରାମରେ ଛାଡି ଦେଇଥିଲେ,ମାତ୍ର ଗାଁକୁ ଆସୁନଥିଲେ। ଏଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା ବୋଲି ଶୁଣିବାକୁ ମିଳୁଛି। ତେବେ ଝିଅ ଘର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ହୋଇ ନଥିବା ପୁଲିସ କହିଛି।

Share Now:

Kalinga News Beuro

Next Post

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ଗିରଫ ହେଲେ ସ୍ୱାମୀଙ୍କ ସହ ଶାଶୂ ଓ ଶଶୁର

Tue Jun 27 , 2023
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକଅଧୀନ ବୋରପଦର ପଞ୍ଚାୟତ ତେଲିସରାବାହଲି ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମଦନପୁର ରାମପୁର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀ, ଶଶୁର ଓ ଶାଶୂଙ୍କୁ ଗିରଫ କରିଛି। ମୃତ ମହିଳା ହେଲେ କେତକୀ ସାହୁ। ପୁଲିସ ଅଭିଯୁକ୍ତ ସ୍ୱାମୀ ଆନନ୍ଦ ସାହୁ, ଶାଶୂ ରଏବାରି ସାହୁ ଓ ଶଶୁର ରାଧେ ସାହୁଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ରବିବାର ଦିନ […]
ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial