ଜମି ଦେବା ନାଁରେ ୫୦ କୋଟି ଠକେଇ : ବିଲଡର ଗିରଫ

ଭୁବନେଶ୍ୱର : ଜମି ଦେବା ନାଁରେ ୫୦ କୋଟି ଠକେଇ ଅଭିଯୋଗରେ ବିଲଡର ଗିରଫ ହୋଇଥିବାର ଖବର ମିଳିଛି। ବାଙ୍କୁଆଳ ମୌଜାରେ ଜମି ଦେବା ନାଁରେ ୫୦ କୋଟି ଟଙ୍କା ଠକେଇ ଅଭଯୋଗ ହୋଇଛି। ବିଭିନ୍ନ କିସ୍ତିରେ ଲୋକଙ୍କୁ ରାଜଧାନୀରେ ଜମି ଦେବାକୁ କହି ଠକି ଚାଲିଥିଲା ଏହି ଠକ। ଜମି ମାଗିବାରୁ ଫେକ ରେଜିଷ୍ଟେସନ କରାଇଦେଉଥିବା ଅଭିଯୋଗ ବି ହୋଇଥିଲା। ଏଭଳି ଅଭିଯୋଗ ପରେ, ଖାରବେଳ ନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୁଶ୍ରୀ ହୋମ୍ସ ଆଣ୍ଡ ଇନ୍ଫ୍ର ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡର ଏମଡି ଶିବବ୍ରତ ଦାସ ଗିରଫ ହୋଇଛନ୍ତି।

Share Now:

Kalinga News Beuro

Next Post

ଅନ୍ତିମ ସଂସ୍କାରରେ ଯୋଗଦେବା ପୂର୍ବରୁ ଶବ ପାଲଟିଗଲେ : ଟ୍ରକ ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

Tue Jun 11 , 2024
ରାଉରକେଲା: ରାଉରକେଲା ଦେଇ ବୀରମିତ୍ରପୁର ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ‌ହେଲେ ବୀରମିତ୍ରପୁରର ମିତ୍ତଲ ବିସ୍କୁଟ କମ୍ପାନିର ମାଲିକ ଦିନନାଥ ମିତ୍ତଲ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ ଦିନନାଥ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ କାର ଯୋଗେ ବେଦବ୍ୟାସ ଆସୁଥିଲେ। ସେଠାରେ ଜଣେ ପରିଚିତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସେ ଆସୁଥିଲେ। ମାତ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial