ଅନ୍ତିମ ସଂସ୍କାରରେ ଯୋଗଦେବା ପୂର୍ବରୁ ଶବ ପାଲଟିଗଲେ : ଟ୍ରକ ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଦେଇ ବୀରମିତ୍ରପୁର ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ‌ହେଲେ ବୀରମିତ୍ରପୁରର ମିତ୍ତଲ ବିସ୍କୁଟ କମ୍ପାନିର ମାଲିକ ଦିନନାଥ ମିତ୍ତଲ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଦିନନାଥ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ କାର ଯୋଗେ ବେଦବ୍ୟାସ ଆସୁଥିଲେ। ସେଠାରେ ଜଣେ ପରିଚିତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସେ ଆସୁଥିଲେ। ମାତ୍ର ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ କାରଟି ଚୁର୍ ମାର ହୋଇ ଯାଇଥିବା ବେଳେ ମିତ୍ତଲ ଗୁରୁତର ଆହତ ହୋଇଥଲେ। ତାଙ୍କୁ ତୁରନ୍ତ ରାଉରକେଲା ଅଣା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଦୁର୍ଘଟଣା ଘଟିଥିବା ଟ୍ରକ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଦିନନାଥ ମିତ୍ତଲଙ୍କ ଅକାଳ ବିୟୋଗରେ ବୀରମିତ୍ରପୁରରେ ଶୋକର ଛାୟା ଖେଳି ଯାଇଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ବିଜେପି ସରକାର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

Wed Jun 12 , 2024
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଭୁବନେଶ୍ୱର: ‘ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ। ଓଡ଼ିଶାରେ ହେବ ବିଜେପି ସରକାର।’ ସାଧାରଣ ନିର୍ବାଚନ-୨୦୨୪ର ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଏହି ସ୍ଲୋଗାନକୁ ବ୍ୟବହାର କରିଥିଲା। ଓଡ଼ିଆ ଟିଭି ଚ୍ୟାନେଲ୍‌ରେ ବାରମ୍ବାର ଏହି ବିଜ୍ଞାପନ ଦେଖାଯାଉଥିଲା। ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାନ କଥା। ଏହି ସ୍ଲୋଗାନକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ବିଜେପିକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial