ବଡ ଡାକ୍ତରଖାନାର ନଗ୍ନ କଥା : ଡାକ୍ତରଙ୍କୁ ଦେଖାଇବାକୁ ହେଲେ ଚଟାଣରେ ବସୁଛନ୍ତି ରୋଗୀ

ଡାକ୍ତରଙ୍କୁ ଦେଖାଇବାକୁ ହେଲେ ଚଟାଣରେ ବସ

କଟକ: ଆପଣ କଟକ ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ଆସୁଛନ୍ତି କି? ତା’ହେଲେ ଆପଣଙ୍କୁ ତଳେ ବସିବାକୁ ପଡ଼ିବ। ଯେଉଁମାନେ ତଳେ ବସିପାରିବେନି ସେମାନଙ୍କୁ ଛିଡ଼ା ହୋଇ ଅପେକ୍ଷା କରିବାକୁ ହେବ। ଏଠାରେ ଓପିଡିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ବସିବାକୁ ଚେୟାର୍‌ ଖଣ୍ଡିଏ ନାହିଁ। ଯିଏ ଚିକିତ୍ସା ପାଇଁ ଆସିବେ ସେ ତଳେ ବସିବେ। ସେ ତେଣିକି ଗୁରୁତର ରୋଗୀ ହୁ୍ଅନ୍ତୁ ପଛେ ତଳେ ବସିବାକୁ ବାଧ୍ୟ। ସରକାର ବିଶ୍ବସ୍ତରୀୟ ଏସ୍‌ସିବି ନିର୍ମାଣ କରୁଥିବାବେଳେ ଏସ୍‌ସିବି ହୃ୍ଦ୍‌ରୋଗ ବିଭାଗର ଏଭଳି ଅବସ୍ଥା ଏସ୍‌ସିବିର ପ୍ରକୃତ ଚିତ୍ର ଦର୍ଶାଉଛି। ଡାକ୍ତରଙ୍କୁ ଦେଖାଇବାକୁ ଆସୁଥିବା ରୋଗୀମାନେ ଏଠାରେ ପ୍ରତିଦିନ ଏମିତି ହନ୍ତସନ୍ତ ହେଉଛନ୍ତି। ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ସରକାରଙ୍କର କ’ଣ ରୋଗୀଙ୍କ ବସିବା ପାଇଁ ଚେୟାର ଖଣ୍ଡିଏ ବ୍ୟବସ୍ଥା କରିବାର ଶକ୍ତି ନାହିଁ କି?.. ବୋଲି ରୋଗୀମାନେ କଟାକ୍ଷ କରି ଅଭିଯୋଗ କରୁଛନ୍ତି।

Share Now:

Kalinga News Beuro

Next Post

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍ : ଅଧୁରା ରହିଗଲା ଏହି ବଡ଼ ସ୍ବପ୍ନ

Wed Jun 8 , 2022
ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ। ବୁଧବାର ୩୯ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା କ୍ରିକେଟ୍ କ୍ୟାରିୟରରେ ମିତାଲି ରାଜ ଅନେକ ସଫଳତା ହାସଲ କରିଛନ୍ତି। ହେଲେ […]
କ୍ରିକେଟରୁ ସନ୍ନ୍ୟାସ ନେଲେ ମିତାଲି ରାଜ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial