ଶ୍ରୀମନ୍ଦିରରେ ନିଆଁ ଲାଗି ନାବାଳିକା ଗୁରୁତର : ଶିଶୁକୁ କାମୁଡ଼ିଲା ବୁଲା କୁକୁର

ପୁରୀ: ଶ୍ରୀମନ୍ଦିରରେ ଆଜି ଦୁଇଟି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଗନ୍ନାଥ ମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ନାବାଳିକା ପୋଡ଼ି ଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତା ନାବାଳିକାଙ୍କ ଘର ହାଇଦ୍ରାବାଦ ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଏଣେ ଶ୍ରୀମନ୍ଦିର ସାମ୍ନାରେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଏକ ଛୋଟ ଶିଶୁକୁ ଏକ ବୁଲା କୁକୁର କାମୁଡ଼ି ଦେଇଛି। ଉକ୍ତ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ି ଦେଇଛି ବୁଲା କୁକୁର। ଏହାପରେ ତାର ଆଖିରୁ ଝରଝର ରକ୍ତ ବୋହୁଛି। ଏଣେ ଶିଶୁକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଶିଶୁ ଶ୍ରୀମନ୍ଦିର ସାମ୍ନାରେ ଖେଳୁଥିଲା। ଗରୁଡ଼ ସ୍ତମ୍ଭ ନିକଟରେ କୁକୁରଟି ଶୋଇଥିଲା। ହଠାତ୍ ଶିଶୁକୁ କାମୁଡ଼ି ଦେଇଥିଲା।

Share Now:

Kalinga News Beuro

Next Post

କେବେ ସରିବ ଡୁମୁଡ଼ୁମା ସମ୍ମୁଖ ଏନ୍‌ଏଚ୍ କାମ-ଲୋକ ଆଉ କେତେ ସହିବେ?

Fri Dec 29 , 2023
ଖଣ୍ଡଗିରି: କସ୍‌ମୋପଲିସ୍ ଛକଠାରୁ ହୋଟେଲ ୱେଲ୍‌କମ୍‌ ପର୍ଯ୍ୟନ୍ତ ଅଣ୍ଡର ପାସ୍‌ ଓ ୟାମାହା ସୋ’ରୁମ୍‌ ଠାରୁ କସ୍‌ମୋପଲିସ୍ ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ୨ବର୍ଷରୁ ଅଧିକ ଦିନ ହେଲା କାର୍ଯ୍ୟ ଚାଲିଥିବାରୁ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ସକାଳୁ ରାତିଅଧ ଯାଏ ଗାଡ଼ି ଚାଳକମାନେ ଘଣ୍ଟା ଘଣ୍ଟା ଧରି ଜାମ୍‌ରେ ନାକେଦମ୍ ହେଉଛନ୍ତି। କାମ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିଥିବାରୁ ସନ୍ଧ୍ୟା ସମୟରେ ଭିଡ଼ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial