ହସ୍ପିଟାଲରେ ପଶି ରାହାଜାନୀ କରିଥିଲା ଯୁବକ : ୫ବର୍ଷ ୬ ମାସ ଦଣ୍ଡାଦେଶ ଦେଲେ ଏସ୍‌ଡିଜେଏମ୍‌

ଯୁବକକୁ ୫ ବର୍ଷ ୬ମାସ ଯାଏ ଦଣ୍ତାଦେଶ

କୋରାପୁଟ: ଦାମନଯୋଡି ଥାନା‌ ଅନ୍ତର୍ଗତ କଳାହାଣ୍ଡି କଲୋନି ଯୁବକ ସୁନୀଲ ନାୟାରଙ୍କୁ ମହାଙ୍ଗା ପଡିଛି ସରକାରୀ ହସ୍ପିଟାଲରେ ପ୍ରବେଶ କରି ମାରଣାସ୍ତ୍ର ଧରି ମାରପିଟ୍‌ କରିବା। କୋରପୁଟ ଏସଡିଜେଏମର ବିଚାରପତି ଶ୍ରୀଚନ୍ଦନ ଦାଶ ମଙ୍ଗଳବାର ଏହି କଲୋନିର ଯୁବକକୁ ୫ ବର୍ଷ ୬ମାସ ଯାଏ ଦଣ୍ତାଦେଶ ଶୁଣାଇଛନ୍ତି। ଏଥି ସହିତ ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଦଣ୍ଡ ଭୋଗିବେ ବୋଲି ଏପିପି ପ୍ରମୋଦ କୁମାର ପାଢୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଗତ ମଇ ମାସ ୨୩ ତାରିଖରେ ମାଥାଲପୁଟ ସିଏଚସି ମଧ୍ୟକୁ ପ୍ରବେଶ କରିଥିଲା ସୁନୀଲ ନାୟାର। ଏକ ଖଣ୍ଡା ଧରି ନର୍ସ ଓ କାର୍ଯ୍ୟରତ ରହିଥିବା କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଏନେଇ ମେଡିକାଲ ଅଫିସର ଡାକ୍ତର ଜ୍ଞାନ ପ୍ରକାଶ ବିଷୋୟୀ ଥାନାକୁ ଜଣାଇବା ସହ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତି କରି ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା। ଏହାସହ ଚାର୍ଜସିଟ ଦାଖଲ କରିବା ସହ ବିଚରଣା ଆରମ୍ଭ ହୋଇଥିଲା। କୋର୍ଟ ୬ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଗ୍ରହଣ କରି ଏହି ରାୟ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ବୁଲାଗୋରୁ ମୁକ୍ତ ହେବ ଭୁବନେଶ୍ୱର : କାର୍ଯ୍ୟରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ

Wed Oct 4 , 2023
ଭୁବନେଶ୍ୱର: ଭୁବନେଶ୍ୱରକୁ ବୁଲାଗୋରୁ ମୁକ୍ତ କରିବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଥି‌ଲେ ମଧ୍ୟ ତାହା ସଫଳ ହେଉନାହିଁ। ବୁଲା ଗୋରୁଙ୍କୁ ଉଠାଇ ନେବା ‌ବେଳେ କେତେକ ଲୋକ କାର୍ଯ୍ୟରେ ବାଧା ଦେଉଥିବାରୁ ସମସ୍ୟା ହୋଇଛି। ଫଳରେ ଦୀର୍ଘ ଦିନ ହେବ ବୁଲା ଗୋରୁ ନିୟମିତ ଉଠା‌ଯାଇ ପାରୁନାହିଁ। ଠିକା ନେଇଥିବା ସଂସ୍ଥା ଏ ନେଇ ନିଜର ଅସହାୟତା ପ୍ରଦର୍ଶନ କରିବାରୁ ଆଜି ଏ ନେଇ ମାନସମନ୍ଥନ ହୋଇଛି। କାର୍ଯ୍ୟକ୍ରମର ସଫଳତା […]
ବୁଲାଗୋରୁ ମୁକ୍ତ ହେବ ଭୁବନେଶ୍ବର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial