ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ୱୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି। ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୩-୪ ଦିନର ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣ ବଙ୍ଗୋପସାଗରର ଆଉ କିଛି ଅଂଶ, ସମଗ୍ର ଆଣ୍ଡାମାନ ସାଗର ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
କିଛିଦିନ ତଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଆସନ୍ତା ଜୁନ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ତେବେ ପାଣିପାଗ ମଡେଲ ତ୍ରୁଟି ୪ ଦିନ ହୋଇପାରେ, ଅର୍ଥାତ୍ ମୌସୁମୀ ୪ ଦିନ ଆଗୁଆ କିମ୍ବା ୪ ଦିନ ବିଳମ୍ବରେ ଆସିପାରେ। ଗତ ୧୫ ତାରିଖରେ ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ବାତ୍ୟା ମୋକା ଯୋଗୁଁ ଏବର୍ଷ ମୌସୁମୀ ପ୍ରଭାବରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା। କିନ୍ତୁ ମୌସୁମୀ ଆରମ୍ଭ ହେବା ପୂର୍ବରୁ ବାତ୍ୟା ଚାଲିଯାଇଥିବାରୁ ଏହାର ବିଶେଷ ପ୍ରଭାବ ମୌସୁମୀ ଉପରେ ପଡ଼ିନାହିଁ।

Share Now:

Kalinga News Beuro

Next Post

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ: ମାଷ୍ଟରମାଇଣ୍ଡ ପଠାଣି ବିରୋଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା

Fri May 19 , 2023
ଭୁବନେଶ୍ୱର : ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍। ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି।ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ଼ କରିବ ଏସଟିଏଫ୍। ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ […]
ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial