ଜିନ୍‌ପିଙ୍ଗ୍‌ ଜଣେ ଏକଚ୍ଛତ୍ରବାଦୀ : ଜୋ ବାଇଡେନ୍‌

ଚୀନ୍‌ ରାଷ୍ଟ୍ରପତିଙ୍କୁ ଭେଟିଲେ ଜୋ ବାଇଡେନ୍‌

ୱାସିଂଟନ୍‌: ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଜଣେ ଏକଚ୍ଛତ୍ରବାଦୀ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ଶିଖର ବୈଠକରେ ତାଙ୍କୁ ସାକ୍ଷାତ୍‌ କରିବାର ଅଳ୍ପ ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ତାଙ୍କୁ କ’ଣ ଏବେ ବି ‘ଏକଚ୍ଛତ୍ରବାଦୀ’ କହିବେ କି ବୋଲି ସାମ୍ବାଦିକ ସମ୍ମିଳନୀର ଶେଷ ଆଡ଼କୁ ଜଣେ ସାମ୍ବାଦିକ ପଚାରିବାରୁ ରାଷ୍ଟ୍ରପତି ବାଇଡେନ୍‌ କହିଲେ, ହଁ, ସେ ଜଣେ ଏକଚ୍ଛତ୍ରବାଦୀ। ମୋ କହିବାର ତାତ୍ପର୍ଯ୍ୟ ହେଉଛି, ଗୋଟାଏ କମ୍ୟୁନିଷ୍ଟ୍‌ ରାଷ୍ଟ୍ର ଶାସନ କରୁଥିବା କାରଣରୁ ସେ ଏକଚ୍ଛତ୍ରବାଦୀ। ତାଙ୍କ ସରକାର ଆମ ସରକାରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ପରେ ବୁଧବାର ଦିନ ଉଡ୍‌ସାଇଡ୍‌ସ୍ଥିତ ଫାୟୋଲି ମାନ୍‌ସନ୍‌ରେ ବାଇଡେନ୍‌ ଓ ସି’ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଏକତ୍ର ଅତିବାହିତ କରିଥିଲେ। ଏହି ବୈଠକରେ ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ଓ ଇରାନ୍‌, ମଧ୍ୟପ୍ରାଚ୍ୟ, ୟୁକ୍ରେନ୍‌, ତାଇୱାନ୍‌, ପ୍ରଶାନ୍ତ-ମହାସାଗରୀୟ, ଆର୍ଥିକ ସମସ୍ୟା, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌, ଡ୍ରଗ୍‌ ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ବୈଶ୍ବିକ ସମସ୍ୟା ସମେତ ଅନେକ ବିଷୟରେ ଆଲୋଚନା କରିଥିଲେ।


ବୈଠକ ପରେ ବାଇଡେନ୍‌ ସି ଜିଙ୍ଗ୍‌ପିନ୍‌ଙ୍କ ସହିତ ଉଠାଇଥିବା ଫଟୋ ‘ଏକ୍ସ୍‌’ରେ ପୋଷ୍ଟ୍‌ କରି ଲେଖିଥିଲେ, ଆଜି ରାଷ୍ଟ୍ରପତି ଜି’ଙ୍କ ସହିତ କରିଥିବା ଆଲୋଚନାକୁ ମୁଁ ଗୁରୁତ୍ବ ଦେଉଛି। କାରଣ, ମୋର ମନେହୁଏ ଯେ, ନେତା ଓ ନେତା ମଧ୍ୟରେ ପରସ୍ପରକୁ ସ୍ପଷ୍ଟରୂପେ ବୁଝିବା ପାଇଁ ଏହା ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଅନେକ ଜଟିଳ ବୈଶ୍ବିକ ସମସ୍ୟା ରହିଛି ଯାହା ଆମର ମିଳିତ ନେତୃତ୍ବ ଆବଶ୍ୟକ କରୁଛି। ଆଜି ସେ କ୍ଷେତ୍ରରେ ଆମେ ବାସ୍ତବ ଅଗ୍ରଗତି ହାସଲ କରିଛୁ।

Share Now:

Kalinga News Beuro

Next Post

ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ : ୧୯ ଆହତ

Thu Nov 16 , 2023
ଇଟାୱା: ଗୁରୁବାର ରାତିରେ ଉତ୍ତର ପ୍ରଦେଶର ଇଟାୱା ଅଞ୍ଚଳରେ ‘ଦିଲ୍ଲୀ-ସହରସା ବୈଶାଳୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଗୋଟିଏ କୋଚ୍‌ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୧୯ଜଣ ଯାତ୍ରୀ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରେଳବାଇ ‘ସିଓ’ ଉଦୟ ଶଙ୍କର କହିଛନ୍ତି, ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସହରସାକୁ ଯାଉଥିବା ବେଳେ ରାତି ପ୍ରାୟ ୨.୩୦ରେ ପାଣ୍ଟ୍ରି କାର୍‌ ନିକଟରେ ଥିବା ‘ଏସ୍‌୬’ କୋଚ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ କାହିଁକି ଲାଗିଲା, […]
ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial