ଅଯୋଧ୍ୟା ରାମ ମନ୍ଦିର ଉପରେ ଆକ୍ରମଣ ଲାଗି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର

ରାମ ମନ୍ଦିର ଉପରେ ଆକ୍ରମଣ ଲାଗି ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରକୁ ଆସନ୍ତା ବର୍ଷ ଜାନୁଆରି ପହିଲାରେ ଖୋଲିବାକୁ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବାବେଳେ ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଗୋଷ୍ଠୀମାନେ ଏହି ମନ୍ଦିର ଉପରେ ଆକ୍ରମଣ କରିବାକୁ ମସୁଧା କରୁଛନ୍ତି। ଏ ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ (ଜେଇଏମ) ଏବଂ ଲସ୍କର-ଏ-ତୈବା (ଏଲଇଟି) ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି। ଏହି ଆତଙ୍କବାଦୀ ଗୋଷ୍ଠୀମାନେ ମଧ୍ୟ ନେପାଳ ଦେଇ ଗୋଳାବାରୁଦ ଏବଂ ଆତ୍ମଘାତୀ ଆକ୍ରମଣକାରୀ ଆଣିବାକୁ ଯୋଜନା କରୁଛନ୍ତି। ଗୁଇନ୍ଦା ସୂତ୍ରରୁ ପ୍ରକାଶ ଯେ, ୨୦୨୪ ରେ ମନ୍ଦିରର ଉଦଘାଟନ ହେବା ପୂର୍ବରୁ ରାମ ଜନ୍ମଭୂମି ଉପରେ ଆକ୍ରମଣ କରିବା ବର୍ତ୍ତମାନ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର ଏକ ପ୍ରମୁଖ ଲକ୍ଷ୍ୟ ପାଲଟିଛି। ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏହି ଆକ୍ରମଣ କରିବା ସହିତ ଏହାକୁ ଏକ ପ୍ରମୁଖ ହିନ୍ଦୁ-ମୁସଲମାନ ସାମ୍ପ୍ରଦାୟିକ ହିଂସା ଭାବରେ ବିଶ୍ୱରେ ଉପସ୍ଥାପନ କରିବା। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ମଧ୍ୟ ଏହି ଷଡ଼ଯନ୍ତ୍ରକୁ ସାକାର କରିବାକୁ ଉଦ୍ୟମ ଚଳାଇଛି। କଶ୍ମୀରରେ ଧାରା ୩୭୦ ର ସଫଳ ଅପସାରଣ ପରଠାରୁ ଆଇଏସଆଇ କାଶ୍ମୀରରେ ହିଂସା ସୃଷ୍ଟି କରିବାରେ ସ୍ପଷ୍ଟ ଭାବରେ ବିଫଳ ହୋଇଥିଲୀ। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ପାକିସ୍ତାନ ସେନାର କୌଣସି ପ୍ରୟାସକୁ ଭାରତୀୟ ସେନା ସଫଳତାର ସହ ବନ୍ଦ କରିଦେଇଛି। ସେମାନଙ୍କର ସମସ୍ତ ସୁଡ଼ଙ୍ଗ ଚିହ୍ନଟ କରାଯାଇଛି ଏବଂ ନିଶା କାରବାର ଉପରେ ମଧ୍ୟ ପ୍ରମୁଖ ନିୟନ୍ତ୍ରଣ ରଖାଯାଇଛି। ଏଣୁ ଯେକୌଣସି ଉପାୟରେ ଭାରତରେ ହିଂସାକାଣ୍ଡ କରିବା ଆଇଏସଆଇ ପାଇଁ ବାଧ୍ୟବାଧକତାରେ ପରିଣତ ହୋଇଛି।

Share Now:

Kalinga News Beuro

Next Post

ପୁଣି ବୋରୱେଲରେ ଖସିପଡ଼ିଲା ୬ ବର୍ଷର ଶିଶୁ

Tue Jan 10 , 2023
ହାପୁର : ଦେଶରେ ଖୋଲା ତଥା ପରିତ୍ୟକ୍ତ ବୋରୱେଲ ଗୁଡ଼ିକରେ ବାରମ୍ବାର ଶିଶୁମାନେ ପଡ଼ିଯାଉଥିଲେ ବି ପ୍ରଶାସନ ଓ ସ୍ଥାନୀୟ ଲୋକେ ସଚେତନ ହେଉନାହାନ୍ତି। ଗତ ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଜଣେ ବାଳକ ବୋରୱେଲରେ ପଡ଼ିଯାଇ ମୃତ୍ୟୁବରଣ କରିବା ପରେ ଆଉ ଏକ ସମାନ ଘଟଣା ଘଟିଛି ଉତ୍ତରପ୍ରଦେଶର ହାପୁରରେ। ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଜଣେ ୬ ବର୍ଷର ଶିଶୁ ଖସିପଡ଼ିଛି। ଏ […]
ବୋରଓ୍ବେଲରେ ଖସିପଡ଼ିଲା ୬ ବର୍ଷର ଶିଶୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial