ମର୍ସିଡିଜ୍ କାରଖାନାରେ ଚିତାବାଘ: କର୍ମଚାରୀ ହୋଇଯାଇଥିଲେ ଭୟଭୀତ

ମର୍ସିଡିଜ୍ କାରଖାନାରେ ଚିତାବାଘ

ନୂଆଦିଲ୍ଲୀ: ପୁଣେରେ ଅବସ୍ଥିତ ମର୍ସିଡିଜ୍ ବେଞ୍ଜ୍ କାରଖାନାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା । ଏକ ଚିତାବାଘ କାରଖାନା ଭିତରେ ଘୁରି ବୁଲୁଥିଲା, ଯେଉଁଥିପାଇଁ କାରଖାନାକୁ ଆଂଶିକ ଭାବେ ଖାଲି କରାଯାଇଥିଲା ଏବଂ ପ୍ରାୟ ୬ ଘଣ୍ଟା ଧରି କାମ ବନ୍ଦ କରାଯାଇଥିଲା। ଅନେକ ସମୟ ଧରି କଠିନ ପରିଶ୍ରମ ପରେ ଚିତାବାଘକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଚାକନ ପ୍ଲାଣ୍ଟର କର୍ମଚାରୀ ବିଳାସପୂର୍ଣ୍ଣ କାର ନିର୍ମାଣ କାରଖାନା ପରିସରରେ ଏକ ବୟସ୍କ ଚିତାବାଘ ବୁଲୁଥିବାର ଦେଖି ଭୟଭୀତ ହୋଇ ଯାଇଥିଲେ। ଆଉ ସତର୍କ ପାଇଁ ସାଇରନ ବଜାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ମହାରାଷ୍ଟ୍ର ବନ ବିଭାଗର ଏକ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତଥାପି ଲୋକମାନେ ଚିତାବାଘ ଭୟରେ ଏଣେତେଣେ ‌ଦୌଡ଼ିବାକୁ ଲାଗିଥିଲେ। ଏହି ସମୟରେ ସତର୍କତା ଅବଲମ୍ବନ କରି ନିକଟସ୍ଥ କର୍ମଚାରୀଙ୍କୁ ସ୍ଥାନୀୟ ପୁଲିସର ପରାମର୍ଶ କ୍ରମେ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଚିତାବାଘକୁ ଧରିବାକୁ ଚାଲିଥିବା ୬ଘଣ୍ଟାର ଅପରେସନରେ ସୌଭାଗ୍ୟବଶତଃ କ‌ାହାରି କିଛି କ୍ଷତି ହୋଇନାହିଁ।

Share Now:

Kalinga News Beuro

Next Post

ପୌର ନିର୍ବାଚନ: ସରିଲା ପ୍ରଚାର, ଦିନକ ପରେ ନେତା ବାଛିବେ ମତଦାତା

Tue Mar 22 , 2022
ଭୁବନେଶ୍ୱର: ରାଜ୍ୟର ୧୦୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପାଳିକା ସମେତ ୩ଟି ମହାନଗର ନିଗମ (ଭୁବନେଶ୍ବର, କଟକ ଓ ବ୍ରହ୍ମପୁର) ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଇଛି। ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ପ୍ରାର୍ଥୀ, ନେତା ଓ ସେମାନଙ୍କର ସମର୍ଥକମାନେ ଜୋରଦାର ପ୍ରଚାର କରିଛନ୍ତି। ସହରାଞ୍ଚଳଗୁଡ଼ିକରେ ନିର୍ବାଚନ ପ୍ରଚାର ଶବ୍ଦରେ ସାହି ଓ ବସ୍ତିଗୁଡ଼ିକ କମ୍ପି ଉଠିଛି। ଦିନକ ପରେ ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ ଭୋଟ […]
ସରିଲା ପ୍ରଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial