ଆପରୁ ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ

ନୂଆଦିଲ୍ଲୀ: ଇଡିର ଚଢ଼ଉ ପରେ ଆପରୁ ଇସ୍ତଫା ଦେଲେ ମନ୍ତ୍ରୀ ରାଜକୁମାର ଆନନ୍ଦ। ରାଜକୁମାର ଆନନ୍ଦ ଦିଲ୍ଲୀ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ପଦରେ ଥିଲେ। ନିକଟରେ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଚଢ଼ଉ କରିଥିଲା। ବର୍ତ୍ତମାନ ସେ ଉଭୟ ଆମ୍ ଆଦମୀ ପାର୍ଟି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୦ମସିହାରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟି ଟିକେଟରେ ପଟେଲ ନଗରରୁ ବିଧାୟକ ହୋଇଥିଲେ। ଦଳରୁ ଇସ୍ତଫା ଦେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଆନନ୍ଦ କହିଛନ୍ତି, “ମୁଁ ଦିଲ୍ଲୀ ସରକାରରେ ଜଣେ ମନ୍ତ୍ରୀ ଭାବେ ଦାଇତ୍ୱ ତୁଲାଉଥିଲି ଏବଂ ମୋ ପାଖରେ ୭ଟି ପୋର୍ଟଫୋଲିଓ ଥିଲା। କିନ୍ତୁ ଆଜି ମୁଁ ବହୁତ ଦୁଃଖିତ ଏବଂ ମୋର ଦୁଃଖ ଆପଣଙ୍କ ସହ ବାଣ୍ଟିବାକୁ ଚାହୁଛି। ମୁଁ ରାଜନୀତିରେ ପ୍ରବେଶ କଲି ଯେତେବେଳେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ରାଜନୀତିରେ ପରିବର୍ତ୍ତନ ହେଲେ ଦେଶ ବଦଳିଯିବ। ତେବେ ଆଜି ମୋତେ ବହୁତ ଦୁଃଖର ସହ କହିବାକୁ ପଡୁଛି ଯେ, ରାଜନୀତିରେ ପରିବର୍ତ୍ତନ ଆସିଲା ନାହିଁ। ରାଜନେତା ବଦଳିଗଲେ। ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ଜନ୍ମ ହୋଇଥିଲା। କିନ୍ତୁ ଆଜି ଏହି ଦଳ ନିଜେ ଦୁର୍ନୀତିର ପଙ୍କରେ ଫସିଚାଲିଛି। ମନ୍ତ୍ରୀ ପଦବୀରେ ରହି ଏହି ସରକାରରେ କାମ କରିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି। ମୁଁ ବର୍ତ୍ତମାନ ଏହି ଦଳ, ଏହି ସରକାର ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। କାରଣ ମୁଁ ଚାହେଁ ନାହିଁ ଯେ ମୋର ନାମ ସେମାନଙ୍କ ଦୁର୍ନୀତି ସହିତ ଜଡିତ ହେଉ।”

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ମତଦାନହାର ୫୦% ଛୁଉଁନି : ଶିକ୍ଷିତ ଭୋଟରଙ୍କ ଉପରେ ନଜର

Wed Apr 10 , 2024
ଭୁବନେଶ୍ୱର : ରାଜଧାନୀରେ ପାଠୁଆ ତଥା ଉଚ୍ଚଶିକ୍ଷିତ ଭୋଟର ରହନ୍ତି। କିଏ ଘରୋଇ କମ୍ପାନିରେ ତ ଆଉ କିଏ ସରକାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି। ଦେଶ ବିଦେଶ ବୁଲୁଛନ୍ତି। ବିଶିଷ୍ଟ ଲୋକଙ୍କ ସହ ମିଶୁଛନ୍ତି। ରାଜନୀତିକୁ ନେଇ ବଡ଼ ବଡ଼ କଥା ମଧ୍ୟ କହୁଛନ୍ତି। ସରକାର ଓ ରାଜନୀତିକୁ ନେଇ ଏଠି ଭାରି ଆଲୋଚନା। ମାତ୍ର ମତଦାନ ଅଧିକାର ସାବ୍ୟସ୍ତ କରିବା ସମୟରେ ଏମାନଙ୍କୁ ଦେଖିବାକୁ ମିଳି ନ ଥା‌ଏ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial