ଗାଡ଼ି କାଗଜର ବୈଧତା ଆଉ ୩ ମାସ ବଢ଼ିଲା

ଗାଡ଼ି କାଗଜର ବୈଧତା ଆଉ, ୩ ମାସ ବଢ଼ିଲା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ସଂକ୍ରାନ୍ତ ଅନ୍ୟାନ୍ୟ କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ଅର୍ଥାତ୍‌ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‌ଏହି ମର୍ମରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର ଏପ୍ରକାର ପଦକ୍ଷେପ ନେଇଛନ୍ତି। ଗାଡ଼ିର ଯେଉଁସବୁ କାଗଜପତ୍ରର ବୈଧତା ଚଳିତବର୍ଷ ଫେବୃୟାରୀ ୧ ତାରିଖରୁ ଶେଷ ହୋଇଯାଇଛି କିମ୍ବା ୨୦୨୧ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ ହେବ ସେଗୁଡ଼ିକର ‌ବୈଧତା ଅବଧିକୁ ବଢ଼ାଯାଇଛି। ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ପୂର୍ବରୁ ଶେଷ ହେଉଥିବା ଗାଡ଼ି କାଗଜପତ୍ର ଯଥା ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଫିଟନେସ ପରମିଟ୍‌, ଲାଇସେନ୍ସ, ରେଜିଷ୍ଟ୍ରେସନ ଆଦିର ବୈଧତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଦ୍ବାରା ଲୋକମାନେ ସାମାଜିକ ଦୂରତା ରକ୍ଷା କରି ଗାଡ଼ି ସଂପର୍କିତ କାଗଜପତ୍ରର ବୈଧତା ବୃଦ୍ଧି କରିବା ସୁବିଧା ପାଇପାରିବେ। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଡ଼ି କାଗଜପତ୍ରର ବୈଧତା ୨୦୨୦ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା।

Share Now:

Kalinga News Beuro

Next Post

ଏଏନ୍ଏମ୍‌ଙ୍କ ଆନ୍ଦୋଳନକୁ ମାସେ : ଦାବି ଯେଉଁଠିକୁ ସେଇଠି

Mon Dec 28 , 2020
ଜଣକ ଗର୍ଭ ନଷ୍ଟ, ୩୦ରୁ ଅଧିକ ଅସୁସ୍ଥ ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍‌ଜିରେ ବସିଥିବା ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ଆଜି ମାସେ ପୂରିଛି। ନା ସରକାର ସେମାନଙ୍କ କଥା ଶୁଣୁଛନ୍ତି, ନା ଏଏନ୍‌ଏମ୍‌ କର୍ମୀମାନେ ଆନ୍ଦୋଳନରୁ ଓହରୁଛନ୍ତି। ସ୍ଥାୟୀ ନିଯୁକ୍ତି ନ ପାଇବା ଯାଏ ସେମାନେ ଉଠିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ପ୍ରଥମେ ଧାରଣା, ପରେ ଆମରଣ ଅନଶନ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିବା ଏହି […]
ଏଏନ୍ଏମ୍‌ଙ୍କ ଆନ୍ଦୋଳନକୁ ମାସେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial