ଜଳଚକ୍ରରେ ପରିବର୍ତ୍ତନର ଭୟଙ୍କର ପରିଣତି ଭୋଗିବେ ବିଶ୍ବବାସୀ

ଜଳଚକ୍ରରେ ହେବ ବଡ଼ ପରିବର୍ତ୍ତନ

ଭୁବନେ‌ଶ୍ବର: ଜଳଚକ୍ରରେ ଘଟିବ ବଡ଼ ଧରଣର ପରିବର୍ତ୍ତନ। ଏହା ପ୍ରଭାବରେ ହେବ ମୂଷଳ ଧାରାର ବର୍ଷା ଏବଂ ଏହାପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। କିଛି ସ୍ଥାନରେ ମରୁଡ଼ି ଦେଖାଦେବ। ସମୁଦ୍ର ପତନ ଲଗାତାର ବୃଦ୍ଧିପାଇବ ଯେଉଁଥିପାଇଁ ତଳିଆ ଅଞ୍ଚଳରେ ବଡ଼ଧରଣର ବନ୍ୟା ଏବଂ ମୃର୍ତ୍ତିକା କ୍ଷୟ ହେବ। ଯେଉଁ ଘଟଣା ଶହେ ବର୍ଷରେ ଥରେ ଲେଖାଏଁ ଘଟୁଥିଲା ତାହା ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ତାହା ପ୍ରତିବର୍ଷ ଦେଖାଦେଇ ପାରେ। ପୃଥିବୀରେ ରହିଥିବା ବରଫ ଚାଦର ତରଳିବା, ବାରମ୍ବାର ହିମସ୍ଖଳନ ଯୋଗୁ ସମୁଦ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ‌ଏଥିପାଇଁ ସମୁଦ୍ରରେ ତାପମାତ୍ରା, ଏସିଡ ମାତ୍ରା ବଢ଼ିବ ଏବଂ ଅମ୍ଳଜାନସ୍ତର କମିବ। ଫଳରେ ଚଳିତ ଶତାବ୍ଦୀର ଅବଶିଷ୍ଟ ସମୟ ଗୁଡ଼ିକରେ ତାହାର ପ୍ରଭାବ ସମୁଦ୍ରର ପରିସଂସ୍ଥାନ ଏବଂ ତାହା ଉପରେ ନିର୍ଭରଶୀଳ ଲୋକମାନଙ୍କ ଉପରେ ଦେଖିବାକୁ ମିଳିବ।
ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏହି ରିପୋର୍ଟକୁ ମାନବ ସମାଜକୁ ସତର୍କ ଘଣ୍ଟିଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ସତର୍କ ଘଣ୍ଟିକୁ କର୍ଣ୍ଣପାତ କରାଯାଉ ନଥିବାବେଳେ ପ୍ରମାଣଗୁଡ଼ିକୁ ଗ୍ରହଣ କରାଯାଉନାହିଁ। ଜୀବାଶ୍ମ ଇନ୍ଧନ ଦହନରୁ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳ ଏବଂ ଜଙ୍ଗଲକ୍ଷୟ ଯୋଗୁ ପୃଥିବୀ ଶ୍ବାସରୁଦ୍ଧ ହୋଇଗଲାଣି। ତାହା କୋଟି କୋଟି ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ବିଶ୍ବର ତାପମାତ୍ରା ବୃଦ୍ଧି ଏଭଳି କ୍ଷତି ଘଟାଉଛି ଯାହାକୁ କେବେ ବି ସୁଧାରି ହେବନି। ଏହି ସମସ୍ୟାର ତ୍ବରିତ ସମାଧାନ ପାଇଁ ସମସ୍ତ ରାଷ୍ଟ୍ର ମିଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆଇପିସିସି ରିପୋର୍ଟକୁ ଭାରତ ପକ୍ଷରୁ ସ୍ବାଗତ କରାଯାଇଛି। ଧନୀ ଦେଶଗୁଡ଼ିକ ଏଥିପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଭାରତ କହିଛି।

Share Now:

Kalinga News Beuro

Next Post

କର୍ଲାପାଟରେ ଆଦିବାସୀଙ୍କ ବଜ୍ର ଶପଥ : ଜୀବନ ଯାଉ ଖଣ୍ଡୁଆଳ ମାଳି ବଞ୍ଚିଥାଉ

Tue Aug 10 , 2021
ବିଶ୍ୱ ଆଦିବାସୀ ଦିବସରେ ମାନବଶୃଙ୍ଖଳ କରି ବିରୋଧ ଥୁଆମୂଳରାମପୁର : କର୍ଲାପାଟରେ ସୋମବାର ବିଶ୍ୱ ଆଦିବାସୀ ଓ କ୍ରାନ୍ତି ଦିବସ ଉପଲକ୍ଷେ ଖଣ୍ଡୁଆଳ ମାଳି ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ହୋଇଛି ମାନବ ଶୃଙ୍ଖଳ। ଖଣ୍ଡୁଆଳ ମାଳିକୁ ବିନା ଗ୍ରାମସଭାରେ ଖଣି ଖନନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ତୀବ୍ର ବିରୋଧ କରିଛନ୍ତି ହଜାର ହଜାର ଆଦିବାସୀ। ଜାନ୍‌ ଯାଉ ଜୀବନ ଯାଉ ଖଣ୍ଡୁଆଳ ମାଳି ବଞ୍ଚିଥାଉ ବୋଲି ବଜ୍ର […]
ଆଦିବାସୀଙ୍କ ବଜ୍ର ଶପଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial