ଦୀପାବଳିରେ ଜୀବନ ନେଇଗଲା ମହମବତୀ ନିଆଁ : ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ

ବସରେ ଅଗ୍ନିକାଣ୍ଡ

ରାଞ୍ଚି: ଜୀବନ ନେଇଗଲା ମହମବତୀ ନିଆଁ। ଦୀପାବଳି ପାଳିବାକୁ ବସରେ ଲଗାଇଥିଲେ ମହମବତୀ। ଆଉ ଏହି ମହମବତୀ ହିଁ ଜୀବନ ନେଇଯାଇଛି। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଗତକାଲି ଏକ ବସରେ ନିଆଁ ଲାଗିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏ ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଏହି ଘଟଣା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍ ଟର୍ମିନାଲ ଖଡଗଡ଼ାରେ ଘଟିଛି। ପୁଲିସ କହିଛି ଯେ ମଧ୍ୟରାତ୍ରିରେ ବସ୍‌ରେ ନିଆଁ ଲାଗିଯାଇଥିଲା ଯେଉଁଥିପାଇଁ ବସ୍‌ରେ ଥିବା ଡ୍ରାଇଭର ଏବଂ ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କୁହାଯାଉଛି ଯେ ଦୁହେଁ ମଦ୍ୟପାନ କରିଥିବାରୁ ବସ ଭିତରେ ହିଁ ଶୋଇପଡ଼ିଥିଲେ ଓ ନିଆଁ ଲାଗିବା ବାବଦରେ ଜାଣିପାରିନଥିଲେ।
ଅଚାନକ ନିଆଁ ଲାଗିଯିବା ହେତୁ ଦୁହେଁ ନିଜକୁ ରକ୍ଷା କରିପାରିନଥିଲେ ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି, କିନ୍ତୁ ପ୍ରାଥମିକ ତଦନ୍ତରୁ ବସରେ ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିଛି। ଏହା ଭିତରେ ମହମବତୀ ଜାଳିବା ହେତୁ ନିଆଁ ଲାଗିଯାଇଥିଲା। ପୁଲିସର ସୂଚନା ମୁତାବକ ଅଗ୍ନିକାଣ୍ଡରେ ବସ୍‌ର ଡ୍ରାଇଭର ୫୦ ବର୍ଷୀୟ ମଦନ ମାହତୋ ଏବଂ ହେଲପର ୨୫ ବର୍ଷୀୟ ଇବ୍ରାହିମଙ୍କର ମୃତ୍ୟୁ ଘଟିଛି। ପୁଲିସ କହିଛି ଯେ ମଦନ ମାହତୋ ଗୁମ୍ଲା ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ ଇବ୍ରାହିମ ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସା ଅଞ୍ଚଳର ବାସିନ୍ଦା। ଏହି ଘଟଣା ଘଟିବା ସମୟରେ ଡ୍ରାଇଭର ଏବଂ ହେଲପର ବସ୍‌ରେ ଶୋଇଥିଲେ। ଆଉ ଦୀପାବଳି ପାଇଁ ବସ ଭିତରେ ମହମବତୀ ଲଗାଇ ଉଭୟ ମଦ୍ୟପାନ କରିଥିଲେ। ମଦ୍ୟପାନ କରିବା ପରେ ଉଭୟ ଶୋଇପଡ଼ିଥିଲେ। ତେବେ ମହମବତୀ ନିଆଁ ଧୀରେ ଧୀରେ ବସରେ ଲାଗିଯାଇଥିଲା ଓ ମଦ୍ୟପାନ କରି ଶୋଇଥିବାରୁ ସେମାନେ ଅଗ୍ନିକାଣ୍ଡ ବାବଦରେ ଜାଣିପାରିନଥିଲେ। ଅଗ୍ନିଶମ ବାହିନୀ ସୂଚନା ପାଇବା ବେଳକୁ ବସ୍ ଜଳି ଯାଇଥିଲା। ପୋଷ୍ଟମର୍ଟମ ପାଇଁ ଉଭୟଙ୍କ ମୃତଦେହ ଡାକ୍ତରଖାନାକୁ ପଠାଯାଇଛି।

Share Now:

Kalinga News Beuro

Next Post

ଅରୁଣାଚଳ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ ଘଟି ୭୦୦ ଦୋକାନ ଧ୍ବଂସ

Tue Oct 25 , 2022
ଇଟାନଗର: ଆଜି ସକାଳେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୭୦୦ ଦୋକାନରେ ନିଆଁ ଲାଗିଥିବାବେଳେ ସକାଳ ପ୍ରାୟ ୪ଟା ବେଳେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିବା ପୁଲିସ ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଏହା ରାଜ୍ୟର ସର୍ବ ପୁରାତନ ବଜାର ହୋଇଥିବାବେଳେ ଇଟାନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ। ପୁଲିସ କହିଛି […]
ଅରୁଣାଚଳ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial