ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା

ହାତକୁ ନେଲେ ରାଜ୍ୟ ସରକାର

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍‌ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍‌ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ‘ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍‌ପିଟାଲ’କୁ ପରିବର୍ତ୍ତନ କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଏଥି ସହିତ କୁହାଯାଇଛି ଯେ, ତାଳଚେରରେ ଆରମ୍ଭ ହେବାକୁ ଯାଉଥିବା ‘ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ’ର ଛାତ୍ରଙ୍କ ଲାଗି ଏହା ଟିଚିଙ୍ଗ ହସ୍ପିଟାଲ୍ ଭାବେ କାର୍ଯ୍ୟ କରିବ।
ସୂଚନାଯୋଗ୍ୟ, ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)କୁ ରାଜ୍ୟ ସରକାର ବଦଳାଇ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଥିଲେ। ଗତ ନଭେମ୍ବର ୧୮ ତାରିଖ ଠାରୁ ଏଠାରେ ରୋଗୀସେବା ଆରମ୍ଭ ହୋଇଯାଇଛି। ଏଠାରେ ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୦୦ ମସିହାରୁ ଦାବି କରାଯାଉଥିଲା। ଶେଷରେ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‌ସିଏଲ୍‌ ମଧ୍ୟରେ ମେଡିକାଲ କଲେଜ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଉପଲବ୍ଧ ହେବ। ସେଠାରେ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା ଆରମ୍ଭ ହୋଇଯାଇଛି।

Share Now:

Kalinga News Beuro

Next Post

ସମ୍ଭାବ୍ୟ ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି : କର୍ମଚାରୀଙ୍କ ଛୁଟି ବାତିଲ୍‌

Mon Dec 4 , 2023
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି। ଏହି ମର୍ମରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସିରେ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ପାଣିପାଗ କାର୍ଯ୍ୟାଳୟର ସୂଚନା ବାବଦରେ ଅବଗତ କରିଥିଲେ। ଗତ ଜୁଲାଇରେ ବର୍ଷା ସମୟରେ ଜଳମଗ୍ନ ହୋଇଥିବା ଅଞ୍ଚଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial