ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ୬ ଦିନ ହେଲାଣି ଜଳୁଛି ଜଙ୍ଗଲ। ଆୟତ୍ତ ହେଉନି ଜଙ୍ଗଲ ନିଆଁ। ସେପଟେ ଅନେକ ଧନ ଜୀବନ ନଷ୍ଟ। ବନବିଭାଗ ଓ ଅଗ୍ନିଶମ ବିଭାଗର ଆପ୍ରାଣ ଉଦ୍ୟମ ପରେ ମଧ୍ୟ ଲିଭିପାରୁନି ନିଆଁ। କିଛି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ଅଗ୍ନି ସଂଯୋଗ କରିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡୁଛି। ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହରକତର ସାମ୍ନା କରୁଛନ୍ତି। ସେପଟେ ପ୍ରଚଣ୍ଡ ନିଆଁ କାରଣରୁ ବହୁ ଗଛପତ୍ର ପୋଡିଯିବା ସହିତ ଅନେକ ଜୀବଜନ୍ତୁ ନିଆଁରେ ପୋଡି ହୋଇ ପ୍ରାଣ ହରାଇଥିବା ସୂଚନା ରହିଛି।
Share Now: