ଏବେ ମୁସଲିମମାନେ ମଦ୍ରାସା ଭାଙ୍ଗିବାରେ ସାହାଯ୍ୟ କରୁଛନ୍ତି : ହିମନ୍ତ ବିଶ୍ବ ଶର୍ମା

ହିମନ୍ତ ବିଶ୍ବ ଶର୍ମା

ନୂଆଦିଲ୍ଲୀ: ନିକଟରେ ଆସାମ ସରକାର ଦେଶବିରୋଧୀ କାର୍ଯ୍ୟକଳାପ ଚାଲିଥିବାର ପ୍ରମାଣ ପାଇବା ପରେ ତିନୋଟି ମଦ୍ରାସା ଭାଙ୍ଗି ଦେଇଥିଲେ। ମଙ୍ଗଳବାର ଆସାମରେ ଚତୁର୍ଥ ମଦ୍ରାସା ଭାଙ୍ଗି ଦିଆଯାଇଥିଲା। ବିଶେଷ କଥା ହେଉଛି ଏହି କାର୍ଯ୍ୟ ସରକାର ନୁହନ୍ତି, ବରଂ ସ୍ଥାନୀୟ ଲୋକ କରିଥିଲେ। ପୁଲିସ ଅଧିକାରୀ ଏହି ସୂଚନା ଦେଇଥିବା ବେଳେ ଏହି ଘଟଣା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ବର୍ତ୍ତମାନ ମଦ୍ରାସା ଭାଙ୍ଗିବା କାର୍ଯ୍ୟ ପାଇଁ କେବଳ ହିନ୍ଦୁମାନେ ନୁହନ୍ତି ମୁସଲମାନମାନେ ମଧ୍ୟ ଆଗକୁ ଆସୁଛନ୍ତି। ବିଶେଷ କଥା ହେଉଛି ଗତ କିଛି ଦିନ ହେଲାଣି ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ଅଭିଯୋଗରେ ଆସାମରେ ମଦ୍ରାସା ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୪ଟି ମଦ୍ରାସା ଭଙ୍ଗା ସରିଲାଣି। ବୁଧବାର ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ‘ଭଙ୍ଗାଯାଇଥିବା ସମସ୍ତ ମଦ୍ରାସା ମଦ୍ରାସା ନୁହେଁ ବରଂ ଅଲ-କାଏଦାର କାର୍ଯ୍ୟାଳୟ। ଆମେ ୨-୩ଟି ଭାଙ୍ଗିଛୁ ଏବଂ ବର୍ତ୍ତମାନ ଲୋକମାନେ ଅନ୍ୟ ମଦ୍ରାସାକୁ ଭାଙ୍ଗିବା ପାଇଁ ଆଗକୁ ଆସୁଛନ୍ତି। କେବଳ ହିନ୍ଦୁ ନୁହନ୍ତି ମଦ୍ରାସା ଧ୍ୱଂସ କରିବାକୁ ମୁସଲମାନମାନେ ମଧ୍ୟ ଆଗକୁ ଆସୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଅଲ-କାଏଦାର କାର୍ଯ୍ୟାଳୟ ଭାବେ କାମ କରୁଥିବା ମଦ୍ରାସା ସେ ଚାହୁଁ ନାହାଁନ୍ତି। ପୂର୍ବରୁ ହିମନ୍ତ ବିଶ୍ବ ଶର୍ମା ଆହୁରି କହିଥିଲେ ଯେ, ମଦ୍ରାସା ଭାଙ୍ଗିବାର କୌଣସି ଉଦ୍ଦେଶ୍ୟ ନାହିଁ। ଜିହାଦି କାର୍ଯ୍ୟକଳାପ ପାଇଁ ଯେମିତି ମଦ୍ରାସାକୁ ବ୍ୟବହାର ନ କରାଯାଏ, ତାହା ଆମେ ଚାହୁଁଛୁ। ମଦ୍ରାସାକୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିବା ନେଇ ଯଦି ଆମକୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳେ, ତେବେ ଆମେ ସେଗୁଡ଼ିକୁ ଧ୍ୱଂସ କରିବୁ।

Share Now:

Kalinga News Beuro

Next Post

ଆମ ଆତଙ୍କବାଦୀକୁ ମାରିଲ କାହିଁକି ? ଭାରତକୁ ପଚାରିଲା ପାକିସ୍ତାନ

Wed Sep 7 , 2022
ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ସହାୟତା ଦେଉଥିବା କାରଣରୁ ବିଶ୍ବ ସମୁଦାୟ ପାକିସ୍ତାନକୁ ସମାଲୋଚନା କରୁଥିବା ସତ୍ତ୍ୱେ ପାକିସ୍ତାନ ସେଥିପ୍ରତି ଭୂକ୍ଷେପ କରୁନାହିଁ। ଏରପରିକି ଏବେ ପାକିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଥିବା ନିଜ ଭୂମିକାକୁ ଆଉ ଲୁଚାଉନାହିଁ। ଓଲଟି ଆତଙ୍କବାଦୀଙ୍କୁ ମାରୁଥିବା ଦେଶ ଉପରେ ମାନବ ଅଧିକାର ହନନ ଅଭିଯୋଗ ଲଗାଉଛି। ନିକଟରେ ଭାରତରେ ଅନୁପ୍ରବେଶ କରିଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ ସେନା ଦ୍ବାରା ଧରା ପଡ଼ି ଚିକିତ୍ସିତ ହେଉଥିବା […]
ତବାରକ ହୁସେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial