ଭୁବନେଶ୍ୱର: ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ଭୁବନେଶ୍ୱର ବିଜେଡି ସଭାପତି କଟକଣା ଜାରି କରିଛନ୍ତି। ଭୁବନେଶ୍ୱର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ କଟକଣା ଜାରି। ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ନେଇ କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି। ବିଏମସି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ଭୁବନେଶ୍ୱର ବିଜେଡି ଭାଙ୍ଗିଯିବା ନେଇ ଚର୍ଚ୍ଚା ବଢ଼ିଛି। ଆଉ ଏସବୁ ଭିତରେ ଗଣମାଧ୍ୟମରେ କର୍ପୋରେଟର ପ୍ରତିକ୍ରିୟା ରଖିବା ନେଇ ଅଙ୍କୁଶ ଲଗାଇଛନ୍ତି ଜିଲ୍ଲା ସଭାପତି।
ଗୋଟିଏ ପଟେ ପ୍ରତାପ ଦେବଙ୍କ ଘରେ ବୈଠକ ବସିଥିବା ବେଳେ ହୋଟେଲରେ ଏକାଠି ହୋଇଥିଲେ ଅନ୍ୟ ଏକ ଗୋଷ୍ଠୀ। ପ୍ରତାପ ଦେବଙ୍କ ଘରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ। ବୈଠକରେ କର୍ପୋରେଟର ଅମରେଶ ଜେନା ମଧ୍ୟ ସାମିଲ ହୋଇଥିଲେ। ଅନ୍ୟପଟେ ଭୁବନେଶ୍ୱରର ଏକ ହୋଟେଲରେ ୨୪ ଜଣ କର୍ପୋରେଟର ଏକାଠି ହୋଇଥିଲେ। ସମସ୍ତେ ଏକଜୁଟ ହୋଇଥିବା କହିଥିଲେ କର୍ପୋରେଟର।
ବିଜେଡି କର୍ପୋରେଟରଙ୍କ ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ମନା

Share Now: