ଦୁଇ କୁବେର ବ୍ୟବସାୟୀଙ୍କଠାରୁ ୩୦୦ କୋଟିର କଳାଧନର ସନ୍ଧାନ

୩୦୦ କୋଟିର କଳାଧନର ସନ୍ଧାନ

ନୂଆଦିଲ୍ଲୀ : କାନପୁରର କୁବେର ବ୍ୟବସାୟୀଙ୍କ ଘରୁ ୧୮୦ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ସୁନା ଜବତ ହେବାର ସପ୍ତାହେ ନ ପୂରିନଥିବାବେଳେ ରାଜସ୍ଥାନର ଆଉ ଦୁଇ ବ୍ୟବସାୟୀଙ୍କ ଘରୁ ପ୍ରାୟ ୩ଶହ କୋଟିର କଳାଧନର ସନ୍ଧାନ ମିଳିଛି। ରାଜସ୍ଥାନର ଏହି ଦୁଇ କମ୍ପାନି ଯଥାକ୍ରମେ ବିଦ୍ୟୁତ ଉପକରଣ ଓ ଫାଇନାନ୍ସ କାରବାର କରିଥାନ୍ତି। ମୁମ୍ବାଇ, ରାଜସ୍ଥାନର ଜୟପୁର ଓ ହରିଦ୍ବାରରେ ଥିବା ଏହି ଦୁଇ କମ୍ପାନି ପ୍ରାୟ ୫୦ରୁ ଅଧିକ ଅଫିସ ଓ କାରଖାନାରେ ଗତ ୨୨ ତାରିଖରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସିବିଡିଟି ପକ୍ଷରୁ ଏହି ଦୁଇ କମ୍ପାନିଙ୍କ ନାମ ପ୍ରକାଶ କରାଯାଇନାହିଁ। ଚଢଉ ହୋଇଥିବା ପ୍ରଥମ କମ୍ପାନି ବିଭିନ୍ନ ବୈଦୁତିକ ଉପକରଣ ଯଥା ସ୍ବିଚ୍, ତାର, ଏଲଇଡି ବଲବ ଆଦି ଉତ୍ପାଦନ କରିଥାଏ। କିନ୍ତୁ ଏସବୁ ମଧ୍ୟରୁ କେତେକ ସାମଗ୍ରୀ କମ୍ପାନି ନିଜର ଆକାଉଣ୍ଟ ଖାତାରେ ଦର୍ଶାଇନାହିଁ। ପୁଣି ଟିକସ ଫାଙ୍କିବାକୁ ସେମାନେ ବିଭିନ୍ନ ଜାଲ ଖର୍ଚ୍ଚ ଦେଖାଉଥିଲେ। ପ୍ରଥମ କମ୍ପାନିର ୧୫୦ କୋଟିର ଆୟ ବହିର୍ଭୁତ ସମ୍ପତ୍ତିର ସନ୍ଧାନ ମିଳିଛି। ସେହିପରି ୨ୟ କମ୍ପାନି ଉଚ୍ଚ ସୁଧହାରରେ ନଗଦ ଅର୍ଥ ଋଣ ପ୍ରଦାନ କରୁଥିଲେ ମଧ୍ୟ ତାହାକୁ ଦର୍ଶାଉନଥିଲା। ଏହି କମ୍ପାନିର ମଧ୍ୟ ୧୫୦ କୋଟିର ଆୟ ବହିର୍ଭୁତ ସମ୍ପତ୍ତିର ସନ୍ଧାନ ମିଳିଛି।

Share Now:

Kalinga News Beuro

Next Post

ଅନଲାଇନ ଠକେଇ : ଆଇଫୋନ୍ ବଦଳରେ ଟଏଲେଟ ପେପରରେ ଚକୋଲେଟ

Tue Dec 28 , 2021
ନୂଆଦିଲ୍ଲୀ: ଅନଲାଇନ ଚାହିଦା ଦିନକୁ ଦିନ ବୃଦ୍ଧି ପାଇବା‌ରେ ଲାଗିଛି। ଲୋକେ ଘର ବସି ସେମାନଙ୍କ ମନ ପସନ୍ଦର ସାମଗ୍ରୀ ମଗାଇ ପାରୁଛନ୍ତି। କିନ୍ତୁ ସମୟ ସମୟ‌ରେ ଗ୍ରାହକ ଅନଲାଇନ ଠକେଇର ବି ଶିକାର ହୋଇଥାଆନ୍ତି। ନିକଟରେ ଜଣେ ବ୍ୟକ୍ତି ଅନଲାଇନରେ ଗିଜର ମଗାଇଥିବା ବେଳେ ଗୋଟେ ପେଟି ମ୍ୟାଗି ଆସି ଘରେ ପହଞ୍ଚିଥିଲା। ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ଅନଲାଇନ ଗ୍ରାହକ ଏକ ଲକ୍ଷ […]
ଟଏଲେଟ ପେପର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial