ପୀଡ଼ିତା ନାବାଳିକାର ସନ୍ତାନ ପ୍ରସବ ଘଟଣା: ପାର୍ଲର ମାଲିକାଣୀଙ୍କୁ ଉଠାଇନେଲା ପୁଲିସ

ପାର୍ଲର ମାଲିକାଣୀଙ୍କୁ ଉଠାଇନେଲା ପୁଲିସ

ବ୍ୟାସନଗର: କାମ ଦେବା ବାହାନାରେ ଆଣି ଜଣେ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିବା ପାର୍ଲର ମାଲିକାଣୀ ତଥା ରାଣୀ ମହୁମାଛିକୁ ଉଠାଇ ନେଇଛି ଯାଜପୁର ରୋଡ ପୁଲିସ। ପୁଲିସ ସଂପୃକ୍ତ ମହିଳାଙ୍କୁ ନେଇ ମାରାଥନ୍‌ ଜେରା କରୁଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ନିଜର ନବଜାତ ଶିଶୁକନ୍ୟାକୁ ଧରି ଯାଜପୁର ରୋଡ ପୁଲିସ ନିକଟରେ ହାଜର ହୋଇଥିଲେ। କେଉଁ ପରିସ୍ଥିତିରେ ତାଙ୍କୁ ଜୋରଜବରଦସ୍ତ ଦେହ ବ୍ୟବସାୟରେ ଲିପ୍ତ କରାଯାଇଥିଲା, ସେ ସଂପର୍କରେ ପୁଲିସକୁ ଜଣାଇଥିଲେ। ବ୍ୟାସନଗର ଅଞ୍ଚଳର ଜଣେ ପାର୍ଲର ମାଲିକାଣୀ ତାଙ୍କୁ ଏହି କାର୍ଯ୍ୟରେ ଲଗାଇ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଆୟ କରୁଥିଲେ। ଅନ୍ୟ ଯୁବତୀମାନଙ୍କୁ ମଧ୍ୟ ସେ ଏହି କାରବାରରେ ନିୟୋଜିତ କରୁଥିଲେ। ପୁଲିସ ସଂପୃକ୍ତ ପୀଡ଼ିତାଙ୍କୁ ସଖୀ କେନ୍ଦ୍ରରେ ରଖି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ ଅଧିକ ତତ୍ପର ହୋଇ ପଡ଼ିଥିଲା। ଆଜି ସକାଳୁ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରି ରାଣୀ ମହୁମାଛି ତଥା ସଂପୃକ୍ତ ପାର୍ଲର ମାଲିକାଣୀଙ୍କୁ ତାଙ୍କ ଭଡ଼ାଘରୁ ଉଠାଇ ନେଇଛି। ଏଭଳି ବହୁ ଯୁବତୀକୁ ଚାକିରି ପ୍ରଲୋଭନ ଦେଖାଇ ମହିଳା ଜଣକ ଦେହ ବେପାରରେ ନିୟୋଜିତ କରି ଆସୁଥିଲେ ବୋଲି ସୂଚନା ମିଳିଛି। ଅଟକ ପାର୍ଲର ମାଲିକାଣୀଙ୍କୁ ପୁଲିସ ମାରାଥନ୍‌ ଜେରା କରୁଛି। ଏହି କାର୍ଯ୍ୟରେ କେଉଁମାନେ ସଂପୃକ୍ତ ସେ ସଂପର୍କରେ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିଛି। ଅନ୍ୟପକ୍ଷରେ, ଯାଜପୁର ରୋଡ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ପୀଡ଼ିତା ନାବାଳିକାର ବୟାନ ରେକର୍ଡ କରି ଫେରିଛନ୍ତି। ପାର୍ଲର ମାଲିକାଣୀଙ୍କ ପାଖରେ ଥିବା ଆଉ ଜଣେ ଯୁବତୀ ମଧ୍ୟ ସନ୍ତାନ ପ୍ରସବ କରିଥିଲେ। ସପ୍ତାହକ ପୂର୍ବରୁ ସେ ଚାଲିଯାଇଥିଲେ ବୋଲି ପୀଡ଼ିତା ଜଣକ କହିଛନ୍ତି। ଏସ୍‌ଡିପିଓ କହିଛନ୍ତି ଯେ ତଦନ୍ତ ଚାଲିଛି ଏବଂ ମାମଲା ରୁଜୁ ହୋଇଥିବା କହିଛନ୍ତି।

Share Now:

Kalinga News Beuro

Next Post

ରାସ୍ତାନିର୍ମାଣ ଦାବିନେଇ ଅଭିନବ ପ୍ରତିବାଦ ଜଣାଇଲେ ସିଦ୍ଧେଶ୍ୱରପୁର ବାସୀ

Wed Aug 26 , 2020
ମାଲକାନଗିରି : ସାଧାରଣ ଲୋକଙ୍କ ମୌଳିକ ସୁବିଧା ଭାବରେ ଗମନାଗମନର ସୁ-ବନ୍ଦୋବସ୍ତ କରିବା ହେଉଛି ସରକାର ବା ପ୍ରଶାସନର ଦାଇତ୍ୱ। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ତରଲାକୋଟା ପଞ୍ଚାୟତ ଅଧୀନ ସିଦ୍ଧେଶ୍ୱରପୁର ଗ୍ରାମରେ। ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ଏହି ଗ୍ରାମବାସୀ। ଏହି ଗ୍ରାମରେ ପ୍ରାୟ ୩୦ରୁ ଅଧିକ ପରିବାର ରହି ଆସୁଛନ୍ତି। ବାଲିମେଳା-ମାଲକାନଗିରି ରାଜ୍ୟ ରାଜପଥରୁ […]
Rastare Roile Dhana (2)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial