ଅର୍ନ୍ତଦ୍ୱୟ ହିତାଧିକାରୀଙ୍କର ୪ ବର୍ଷର ରାସନ ସାମଗ୍ରୀ ହଡ଼ପ ଅଭିଯୋଗ

୪ ବର୍ଷର ରାସନ ସାମଗ୍ରୀ ହଡ଼ପ ଅଭିଯୋଗ

ଚାନ୍ଦବାଲି: ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅର୍ନ୍ତଦ୍ୱୟ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ସାଧାରଣ ବଣ୍ଟନ ଦାୟିତ୍ୱରେ ଥିବା ରିଟେଲ ସମ୍ପୃକ୍ତ ହିତାଧିକାରୀଙ୍କୁ କାର୍ଡ଼ ପ୍ରଦାନ ନ କରିଥିବା ବେଳେ ତାଙ୍କ ଅଗୋଚରରେ ଦୀର୍ଘ ୩ ବର୍ଷ ହେବ ୧୭ କ୍ବିଣ୍ଟାଲ ରାସନ ସାମଗ୍ରୀ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ତେବେ ରାସନ ସାମଗ୍ରୀ ପାଇବା ପାଇଁ ବର୍ଷ ବର୍ଷ ଧରି ସମ୍ପୃକ୍ତ ରିଟେଲରଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହେବା ପରେ ଚଳିତ ଜୁନ୍, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ୪ମାସର ୫କେଜି ଲେଖାଏଁ ୨୦ କେଜି ଦୟାରେ ଦେଇଥିବା କହିଛନ୍ତି।
ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଳ୍ଲା ଚାନ୍ଦବାଲି ବ୍ଲକ ଓରାସାହୀ ପଞ୍ଚାୟତ ନେଢ଼ୁଆଳ ଗାଁରେ। ନେଢ଼ୁଆଳି ଗାଁର ବାରିଣୀ ସେଠୀଙ୍କ ସାନ ପୁଅ ସୈାଦାଗର ସେଠୀ ଜଣେ ପ୍ରବାସୀ ଶ୍ରମିକ ଭାବରେ ବାହାର ରାଜ୍ୟରେ କାମ କରି ପରିବାର ଚଳାଉଥିବା ବେଳେ ଯଶୋବନ୍ତ ସେଠୀ ଘରେ ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ଚଳିଥାନ୍ତି। ହେଲେ କରୋନା ମହାମାରୀ ପାଇଁ ସୈାଦାଗର ସେଠୀ ନିଜ ଗାଁକୁ ଫେରିବା ପରେ ଅର୍ଥଭାବାରୁ ଖାଦ୍ୟ ସାମଗ୍ରୀ କରିବା ସମ୍ଭବ ହୋଇପରିନଥିଲା। ୨୦୧୭ ମସିହା ଅଗଷ୍ଟ ମାସରେ ଅନ୍ତଦ୍ୱୟ କାର୍ଡ଼ ପାଇଁ ଆବଦନ କରିଥିବା ବେଳେ ଏନେଇ ବାରମ୍ବାର ଗାଁର ଜଣେ ରିଟେଲରକୁ କାର୍ଡ଼ ସମ୍ପର୍କରେ ପଚରା ଉଚରା କରିଥିଲେ। ହେଲେ ଏମାସ ହେବ ଆର ମାସ ହେବ କହି ଦିନ ଗଡ଼େଇ ଚାଲିଥିଲେ। ତେବେ ସମ୍ପୃକ୍ତ ହିତାଧିକାରୀ ବାରମ୍ବାର ଦୈାଡ଼ିବାରୁ ସମ୍ପୃକ୍ତ ରିଟେଲର ତାଙ୍କୁ ମାସକୁ ୫କେଜି ଲେଖାଏଁ ୪ମାସର ୨୦କେଜି ଚାଉଳ ଦେଇଛନ୍ତି । ତେବେ ଚାଉଳ ପାଇବା ପରେ କାର୍ଡ଼ ମାଗିବାରୁ ରିଟେଲର ତାଙ୍କର କାର୍ଡ଼ ହୋଇନଥିବା କହିଥିଲେ। ତେବେ ଏନେଇ ତାଙ୍କର ସନ୍ଦେହ ହେବାରୁ ନିକଟସ୍ଥ ଏକ କମ୍ପ୍ୟୁଟର ଦୋକାନରୁ ତାଙ୍କ ଅର୍ନ୍ତଦ୍ୱୟ କାର୍ଡ଼ ସମ୍ପର୍କରେ ଖୋଳତାଡ଼ କରିବାରୁ ତାଙ୍କ ନାମରେ ଅର୍ନ୍ତଦ୍ୱୟ ତାଲିକାରେ ନାମ ଥିବା ଜାଣିବାକୁ ପାଇଥିଲେ। ହିତାଧିକାରୀ ଯଶୋବନ୍ତ ସେଠୀ କାର୍ଡ଼ ନମ୍ବର ୦୪୦୫୨୭୧୨୯୮୫ ଉଲ୍ଲେଖ ରହିଛି। ତେବେ ଏନେଇ ସମ୍ପୃକ୍ତ ହିତାଧୀକାରୀ ଅର୍ନ୍ତଦ୍ୱୟ ଯୋଜନାରେ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ମାସ ୩୫ କେଜି ଚାଉଳ ଆଲଟ ହୋଇଛି ମାତ୍ର ଉକ୍ତ ପଞ୍ଚାୟତରେ ରିଟେଲର ଦୀର୍ଘ ୪ବର୍ଷ ହେବ ତାଙ୍କର ରାସନ ସାମଗ୍ରୀ ଦେଇନଥିବା ବେଳେ ହିସାବରେ ପାଖାପାଖି ୧୭ କ୍ବିଣ୍ଟାଲ ଚାଉଳ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ। ଏସମ୍ପର୍କରେ ଚାନ୍ଦବାଲି ଯୋଗାଣ ବିଭାଗ ଅଧିକାରୀ ଉମେଶ ନାୟକଙ୍କୁ ଯୋଗଯୋଗ କରିବାରେ ସେ କହିଛନ୍ତି ଯେ ଅର୍ନ୍ତଦ୍ୱୟ ହିତାଧିକାରୀମାନଙ୍କ ପାଇଁ ସରକାର ୩୫କେଜି ଚାଉଳ ପ୍ରତ୍ୟେକ ମାସ ଯୋଗାଇ ଦେଇଥାନ୍ତି, ହେଲେ ସମ୍ପୃକ୍ତ ହିତାଧିକାରୀ ଯେତେ ମାସର ରାସନ ସାମଗ୍ରୀ ପାଇ ନାହାନ୍ତି ତାଙ୍କୁ ତୁରନ୍ତ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

Share Now:

Kalinga News Beuro

Next Post

କ୍ଷମା ମାଗିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ : ମହଙ୍ଗା ପଡିଲା ନେହରୁ-ଗାନ୍ଧୀ ଟିପ୍ପଣୀ

Sat Sep 19 , 2020
ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ,ଗୃହ ୪ ଥର ମୁଲତବୀ ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେହରୁ-ଗାନ୍ଧୀ ଟିପ୍ପଣୀକୁ ନେଇ ଗତକାଲି ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ପ୍ରଥମ ଥର ପାଇଁ ସଂସଦର ମୈସୁମୀ ଅଧିବେଶନରେ ଗୃହ କାର୍ଯ୍ୟରେ ବାଧା ଉପୁଜିଛି ଏବଂ ଗୃହକୁ ୪ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ପିଏମ୍‌ କେୟା‌ର୍‌ସ ଫଣ୍ଡ୍‌ରେ ସ୍ବଚ୍ଛତା ନଥିବା ନେଇ ବିରୋଧୀ ଦଳ ନେତାମାନେ ସ୍ବର ଉଠାଇଥିବାବେଳେ ଏହି […]
କ୍ଷମା ମାଗିଲେ ଅନୁରାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial