ରାସ୍ତାନିର୍ମାଣ ଦାବିନେଇ ଅଭିନବ ପ୍ରତିବାଦ ଜଣାଇଲେ ସିଦ୍ଧେଶ୍ୱରପୁର ବାସୀ

Rastare Roile Dhana (2)

ମାଲକାନଗିରି : ସାଧାରଣ ଲୋକଙ୍କ ମୌଳିକ ସୁବିଧା ଭାବରେ ଗମନାଗମନର ସୁ-ବନ୍ଦୋବସ୍ତ କରିବା ହେଉଛି ସରକାର ବା ପ୍ରଶାସନର ଦାଇତ୍ୱ। ମାତ୍ର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ତରଲାକୋଟା ପଞ୍ଚାୟତ ଅଧୀନ ସିଦ୍ଧେଶ୍ୱରପୁର ଗ୍ରାମରେ। ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ଏହି ଗ୍ରାମବାସୀ। ଏହି ଗ୍ରାମରେ ପ୍ରାୟ ୩୦ରୁ ଅଧିକ ପରିବାର ରହି ଆସୁଛନ୍ତି। ବାଲିମେଳା-ମାଲକାନଗିରି ରାଜ୍ୟ ରାଜପଥରୁ ୫୦୦ମିଟର ଦୂରରେ ପିଲାମାନଙ୍କ ପାଠପଢା ପାଇଁ ଏକ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ପାଠ ପଢିବା ପାଇଁ ଆଖପାଖର ୩-୪ଖଣ୍ଡ ଗାଁ ରୁ ପିଲାମାନେ ଆସିଥାନ୍ତି।

ମାତ୍ର ବିଦ୍ୟାଳୟକୁ ଯିବାପାଇଁ ଭଲ ରାସ୍ତା ନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷଧରି ପଞ୍ଚାୟତ ଓ ବ୍ଲକରେ ଲିଖିତ ଅଭିଯୋଗ କରିଆସୁଛନ୍ତି। ମାତ୍ର ସେମାନଙ୍କ ଅଭିଯୋଗ ପ୍ରତି କାହାରି ଦୃଷ୍ଟି ପଡୁନାହିଁ। ତେଣୁ ଗ୍ରାମବାସୀମାନେ ସେହି ଅପନ୍ତରା ରାସ୍ତାରେ ଧାନ ରୋଇ ଅଭିନବ ଉପାୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିବାଦ କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ସରକାର ବା ପ୍ରଶାସନ କେବେ ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି।

Share Now:

Kalinga News Beuro

Next Post

ଚୀନ୍‌-ପାକିସ୍ତାନ ସହ ସମରାଭ୍ୟାସ କରିବ ଭାରତ

Thu Aug 27 , 2020
ଗଲୱାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌ ନୁଆଦିଲ୍ଲୀ: ଆସନ୍ତା ମାସରେ ରୁଷିଆ ଦ୍ବାରା ଆୟୋଜିତ ହେବାକୁ ଥିବା ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି। ସମ୍ପ୍ରତି ଚୀନ୍‌ ସହ ସୀମାରେ ଉତ୍ତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ ରହି ଆସିଥିବା ବେଳେ ଏ ପ୍ରକାର ସମ୍ମିଳିତ ସମରାଭ୍ୟାସ ଚର୍ଚ୍ଚାର ବିଷୟ […]
ଚୀନ୍‌-ପାକିସ୍ତାନ ସହ ସମରାଭ୍ୟାସ କରିବ ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial