ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ : ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପ୍ରବେଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି। ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଆଇନରେ ସଂଶୋଧନ କରାଯିବ। ଓଡ଼ିଆ ଅସ୍ମିତାର ବିକାଶ ପାଇଁ ଗୁରୁତ୍ୱାରୋପ କରାଯିବ। ଏହା ସହିତ ବରୁଣେଇରେ ପାଇକ ଏକାଡେମୀ ଗଠନ ସହିତ ସ୍ମାରକୀ ବିକାଶ କରାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ।
ଉଚ୍ଚ ବିଦ୍ୟାଳୟସ୍ତରରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରାଯିବ। ସାହିତ୍ୟ, ସଙ୍ଗୀତ ଏବଂ ନାଟକ ଓ ଲଳିତ କଳା ଆଦି ୩ଟି ଏକାଡେମୀର ପୁନରୁର୍ଦ୍ଧାର ତଥା ପୁନର୍ଗଠନ କରାଯିବ। ଏସବୁ ଏକାଡେମୀର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ଭାଷା କମିଶନ ଗଠନ କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ। ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ। ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ଏବଂ ଅସ୍ମିତା ଭବନ ଗଠନ ହେବେ। ଓଡ଼ିଆ ଭାଷା କ୍ଷେତ୍ରରେ ଗୁଣାତ୍ମକ ଗବେଷଣା କରାଯିବ। ଜିଲ୍ଲାର କଳା ସଂସ୍କୃତିକୁ ବିକାଶ କରାଯିବ। ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ। ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ। ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାଗ ଉପଯୋଗ ପାଇଁ ବ୍ୟବସ୍ଥା ହେବ। ଓଡ଼ିଆ ଅସ୍ମିତାର ବିକାଶ ପାଇଁ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମତାମତ ଆହ୍ୱାନ କରିଛନ୍ତି।

Share Now:

Kalinga News Beuro

Next Post

ରାଜରାସ୍ତା ପାଲଟିଛି ଗୁହାଳ : ଗୋରୁଗାଈ ପାଇଁ ବଢ଼ୁଛି ଦୁର୍ଘଟଣା

Thu Jul 4 , 2024
ବ୍ୟାସନଗର : ବ୍ୟାସନଗର ସହରର ମୁଖ୍ୟରାସ୍ତା ପାଲଟିଛି ଗୋଶାଳା। ଗାଈ ପାଳିବା ପାଇଁ ମାଲିକମାନେ ଆଉ ଗୁହାଳ କରୁନାହାନ୍ତି। ଦାନା କି ଚୋକଡ଼ କିଣିବାର ଆବଶ୍ୟକତା ନାହିଁ। ଗାଈଗୋରୁ ସହରସାରା ବୁଲୁଥିଲେ ବି ମାଲିକମାନେ ଚିନ୍ତା କରୁନାହାନ୍ତି। କ୍ଷୀର ଦୁହିଁବା ସମୟରେ ଗାଈଗୁଡ଼ିକୁ ଘରକୁ ଅଡ଼େଇ ଆଣି କ୍ଷୀର ଦୁହିଁ ସାରିବା ପରେ ପୁଣି ରାସ୍ତାକୁ ଗୋଡ଼ାଇ ଦେଉଛନ୍ତି। ଏଥିପାଇଁ ସହରସାରା ମାଳମାଳ ବୁଲା ଗାଈ, ଷଣ୍ଡ, ବଳଦ, ବାଛୁରୀ […]
ଗୋରୁଗାଈ ପାଇଁ ବଢ଼ୁଛି ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial