ବିମାନବନ୍ଦରର ଭିଡ଼ କମାଇବା ପାଇଁ ଯୋଜନା: ଲାଗିଲା ୫ ଚେକ୍‌ ଇନ୍‌ କିଓସ୍କ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଯାତ୍ରୀ ଅଭିବୃଦ୍ଧି ସାରା ଦେଶରେ ସର୍ବାଧିକ ହୋଇଥିବାବେଳେ ଟର୍ମିନାଲ୍‌ରେ ଯାତ୍ରୀଙ୍କ ଭିଡ଼ କମାଇବା ପାଇଁ ବିମାନବନ୍ଦର କର୍ତୃପକ୍ଷ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଯାତ୍ରୀମାନେ ଯେପରି ଚେକ୍‌ ଇନ୍‌ ପାଇଁ କାଉଣ୍ଟର୍‌ ସମ୍ମୁଖରେ ଲମ୍ବା ଲାଇନ୍‌ରେ ଛିଡ଼ା ନହେବେ ଏବଂ ନିଜେ ନିଜର ଚେକ୍‌ ଇନ୍‌ କରି ବୋର୍ଡିଂ ପାସ୍‌ ବାହାର କରିପାରିବେ ସେଥିପାଇଁ ୫ଟି ସେଲ୍‌ଫ ଚେକ୍‌ ଇନ୍‌ କାଉଣ୍ଟର୍‌ ଖୋଲାଯାଇଛି। ଆଜି ଜଣେ ଯାତ୍ରୀ ଏହି ସେବାକୁ ଉଦ୍‌ଘାଟନ କରିଛନ୍ତି। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଏହି ସେଲ୍‌ଫ ଚେକ୍‌ ଇନ୍‌ କାଉଣ୍ଟର୍‌ରେ ଯେଉଁ ଯାତ୍ରୀ କେବଳ ହ୍ୟାଣ୍ଡ ବ୍ୟାଗ ନେଇ ଯାତ୍ରା କରୁଥିବେ ସେମାନେ ବୋର୍ଡିଂ ପାସ୍‌ କରିପାରିବେ। ଏହାସହିତ କେଉଁ ସିଟ୍‌ରେ ବସିବାକୁ ଚାହୁଁଛନ୍ତି ତାହା ବାଛିପାରିବେ। ଏହା ଯାତ୍ରୀ ଭିଡ଼ କମିବାରେ ସହାୟକ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଓଡ଼ିଆ ପିଲାଙ୍କ ‘ଓଡ଼ିଆ’କୁ ନା : ଓଡ଼ିଆରେ ‘ନିଟ୍‌’ ପରୀକ୍ଷା ଏବେ ବି ପ୍ରଶ୍ନବାଚୀ

Tue Jun 5 , 2018
ଭୁବନେଶ୍ୱର : ‘ନିଟ୍‌’ ପରୀକ୍ଷା ‘ଓଡ଼ିଆ’ରେ କର…। ଓଡ଼ିଶା ପିଲା ନିଜ ମାତୃଭାଷାରେ ପରୀକ୍ଷା ଦେବେ। ଭଲ ରେଜଲ୍ଟ କରିବେ। ଏଭଳି ଦାବିରେ ଦୁଇ ବର୍ଷ ତଳେ ସାରା ଓଡ଼ିଶା ଉଠିଥିଲା ପଡ଼ିଥିଲା। ପଲ୍ଲୀରୁ ଦିଲ୍ଲୀ, ସବୁଠି ଉଠିଥିଲା ବିରୋଧର ସ୍ୱର। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଧାୟକ, ସାଂସଦମାନେ ମଧ୍ୟ ଏକ ସ୍ୱରରେ ଓଡ଼ିଆ ଭାଷାରେ ନିଟ୍‌ କରିବାକୁ ଦାବି ଉଠାଇଲେ। ଯେଉଁଥିପାଇଁ ଶେଷରେ ମୁଣ୍ଡ ନୁଆଁଇଥିଲେ କେନ୍ଦ୍ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial