ରଥଯାତ୍ରା ପାଇଁ ଜୁଲାଇ ୮ ତାରିଖ ଦିନ ବନ୍ଦ ରିହବ ବ୍ୟାଙ୍କ

ରଥଯାତ୍ରା ପାଇଁ ଜୁଲାଇ ୮ ତାରିଖ ଦିନ ବନ୍ଦ ରିହବ ବ୍ୟାଙ୍କ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆସନ୍ତା ୮ ତାରିଖ (ସୋମବାର) ଦିନ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ରାଜସ୍ଵ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ମଧ୍ୟ ବନ୍ଦ ରହିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୁଧବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ପାଇଁ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନ ଛୁଟି ରହିବ।
ପୁରୀରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରଥଯାତ୍ରା ନେଇ ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ଚିଳତ ବର୍ଷ ରଥଯାତ୍ରାରେ ପୁରୀରେ କେତେ ଲୋକ ପହଞ୍ଚିବେ ସରକାର ଗଣତି କରିବେ। ସେହିପରି ବିଭିନ୍ନ ମାର୍ଗରେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ।

Share Now:

Kalinga News Beuro

Next Post

ଋଣ ବୋଝ ପାଇଁ ବାପାଙ୍କୁ ମାରିଲେ ଉଚ୍ଚଶିକ୍ଷିତ ପୁଅ

Wed Jul 3 , 2024
ଭୁବନେଶ୍ୱର: ଋଣ ବୋଝ ପାଇଁ ବାପାଙ୍କୁ ମାରିଛନ୍ତି ଉଚ୍ଚଶିକ୍ଷିତ ପୁଅ। ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଆଇନ କଲେଜରେ ପ୍ରଫେସର ଭାବେ ଚାକିରି କରୁଥିଲେ। ହେଲେ ସେ ଋଣ ବୋଝରେ ବୁଡ଼ି ରହିଥିଲେ। ଏହାପରେ ଋଣ ଶୁଝିବାକୁ ସେ ବାପା ସୁନୀଲ ଚୌଧୁରୀଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା […]
ବାପାଙ୍କୁ ମାରିଲେ ଉଚ୍ଚଶିକ୍ଷିତ ପୁଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial