ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସିଆରପିଏଫ ଏବଂ କମିସନରେଟ୍ ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଭୁବନେଶ୍ୱର: ମେ’୨୫ରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସିଆରପିଏଫ ଏବଂ କମିସନରେଟ୍ ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।
କେଦାରନାଥପଲ୍ଲୀରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବସ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି ବୋଲି କମିସନରେଟ ପୁଲିସ୍ କହିଛି। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଜନସାଧାରଣଙ୍କୁ ପୁଲିସ୍ ପକ୍ଷରୁ ସଚେତନ କରାଯାଇଛି। ଏକାଧିକ ବ୍ୟକ୍ତି ଗୋଟିଏ ଜାଗାରେ ଏକାଠି ନ ହେବା ପାଇଁ କୁହାଯାଇଛି। ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ କୁହାଯାଇଛି।

Share Now:

Kalinga News Beuro

Next Post

ଦନ୍ତାହାତୀ ଆକ୍ରମଣରେ ଯୁବକ ଗୁରୁତର : ବ୍ୟାପକ ଫସଲ ନଷ୍ଟ, ଲୋକେ ଆତଙ୍କିତ

Fri May 24 , 2024
ଘୁ.ଉଦୟଗିରି: ଦନ୍ତାହାତୀ ଆକ୍ରମଣରେ କନ୍ଧମାଳ ଜିଲ୍ଲା ରେଟୁଡ଼ି ଗ୍ରାମର ଟିକେନ୍ଦ୍ର କୁମାର୍ ପ୍ରଧାନ ୨୫ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ହାତୀ ଘଉଡ଼ାଇ ଥିବା ବେଳେ ହାତୀ ଫେରି ଆସି ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡି ଫିଙ୍ଗି ଥିଲା ଓ ହାତୀ ଦାନ୍ତ ମୁଣ୍ଡରେ ବାଜିବା ଫଳରେ ମୁଣ୍ଡ ଫାଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial