ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଗୁରୁବାର ରିଲିଜ୍ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍ ହେବା ପରେ ସିନେମା ହଲ୍ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍ ଜବରଦସ୍ତ ରହିଛି, ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ପ୍ରଥମ ଦିନରେ ଫିଲ୍ମଟି ଅନେକ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏମିତି କି ପ୍ରଭାସ ନିଜର ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏବେ ରିଲିଜର ୪ଦିନ ମଧ୍ୟରେ ଫିଲ୍ମର ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ୭ଦିନରେ ମୋଟ ୭୦୦କୋଟି ଟଙ୍କା ଆୟ କଲାଣି। ବିଶ୍ୱ ସ୍ତରର ବକ୍ସ ଅଫିସ ଆୟକୁ ମିଶାଇ ଫିଲ୍ମଟି ୭୦୦କୋଟି ଆୟ କରିସାରିଥିବା କୁହାଯାଉଛି। ଫିଲ୍ମର ବଜେଟ ୬୦୦କୋଟି ଥିବା ବେଳେ ମାତ୍ର ୭ଦିନରେ ଫିଲ୍ମଟି ଏତେ କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ଭାରତରେ ଫିଲ୍ମଟି ୪୬୮କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି।
୭ଦିନରେ ୭୦୦କୋଟି ଆୟ କଲା ଫିଲ୍ମ ‘କଳକୀ-୨୮୯୮ ଏଡି’

Share Now: