ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ : ନୟାପଲ୍ଲୀ ଥାନାରେ ଅଟକ

ଅଭିନେତା ବବି ମିଶ୍ର

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତ ପଡ଼ୋଶୀ। ତାଙ୍କର ଅଭିଯୋଗ ଅନୁଯାୟୀ, ମଦ ନିଶାରେ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ ଧରୁଛନ୍ତି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ବବି ମିଶ୍ରଙ୍କ ପଡ଼ୋଶୀ ତପି ମିଶ୍ର। ତପି ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ବବିଙ୍କ ଦୌରାତ୍ମ୍ୟ ଧୀରେ ଧୀରେ ବଢୁଛି। ପ୍ରତ୍ୟେକ ଦିନ ଏଭଳି ସମସ୍ୟା ଦେଖା ଦେଉଛି। ବବିଙ୍କ ସହ ତାଙ୍କ ସହଯୋଗୀମାନେ ବି ଉତ୍ପାତ କରୁଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ଅଭିଯୋଗ କଲେ ଜୀବନରୁ ମାରିବା ପାଇଁ ଧମକ ଦେବା ସହ ଗୁଣ୍ଡା ଡକେଇ କଲୋନିରେ ଉତ୍ପାତ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି ମିଶ୍ର। ସେ କହିଛନ୍ତି, ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଅଭିଯୋଗ କରିଥିବା ବ୍ୟକ୍ତି ମୋ ଅତି ଘନିଷ୍ଠ। କିଛି ରାଗରୁଷାକୁ ନେଇ ଏଭଳି ସମସ୍ୟା ଘଟିଛି। ଗତକାଲି ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀ ଓ ତାଙ୍କ ସାନଭାଇଙ୍କ ଭିତରେ ଝଗଡ଼ା ହୋଇଥିଲା। ପୁଲିସ ଉଭୟଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ନୌସେନାରେ ସାମିଲ ହେଲା ତଟରକ୍ଷୀ ପାଟ୍ରୋଲ୍‌ ପୋତ ‘ବିଗ୍ରହ’

Sat Aug 28 , 2021
ନୂଆଦିଲ୍ଲୀ: ଆଜି ଚେନ୍ନାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ବଦେଶ ନିର୍ମିତ ଭାରତୀୟ ତଟ ରକ୍ଷୀ ପୋତ ‘ବିଗ୍ରହ’କୁ ନୌସେନାରେ ସାମିଲ କରିଛନ୍ତି। ଚେନ୍ନାଇରେ ଉକ୍ତ ପୋତର ସାମିଲ ଉତ୍ସବରେ ରାଜନାଥ ସିଂହ କହିଲେ, ‘ବିଗ୍ରହ’ ଆମ ଦେଶର ତଟବର୍ତ୍ତୀ ସୀମାନ୍ତର ଗୋଟାଏ ସଫଳ ପ୍ରହରୀ ହେବ ବୋଲି ମୋର ବିଶ୍ବାସ। ଆମ ଶାସ୍ତ୍ରରେ ‘ବିଗ୍ରହ’ ଶବ୍ଦର ଅତି ସୁନ୍ଦର ବ୍ୟାଖ୍ୟାନ ସବୁ ରହିଛି। ଗୋଟିକରେ ଏହାର ଅର୍ଥ ‘ସମସ୍ତ […]
‘ବିଗ୍ରହ’ ନୌସେନାରେ ସାମିଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial