ଆଜିଠୁ ଖୋଲିବ ଫରେଷ୍ଟ ପାର୍କ: ସକାଳେ ୬ଟାରୁ ୧୦ଟା, ଅପରାହ୍‌ଣରେ ୪ଟାରୁ ୬ଟା

ଭୁବନେଶ୍ୱର: ଦୂରତା ରଖିବା ଏବଂ ଅଧିକ ଲୋକ ଯେପରି ଗୋଟିଏ ସ୍ଥାନରେ ରୁଣ୍ଡ ନହେବେ, ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ପାର୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଡିଏ କର୍ତ୍ତୃପକ୍ଷ ପରୀକ୍ଷାମୂଳକ ଭାବେ ରବିବାରଠାରୁ ୟୁନିଟ୍‌-୬ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ତଥା ଫରେଷ୍ଟ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଡିଏର ପାର୍କ ଦାଇତ୍ୱରେ ଥିବା ଏ.ଏନ୍‌ ଧରଙ୍କ ସୂଚନା ଅନୁଯାୟୀ, ଏବେ କେବଳ ଫରେଷ୍ଟ ପାର୍କକୁ ପରୀକ୍ଷାମୂଳକ ଭାବେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହା ସକାଳେ ୬ଟାରୁ ୧୦ଟା ଏବଂ ଅପରାହ୍‌ଣରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲିବ। ପାର୍କରେ କିପରି ଭିଡ଼ ହେଉଛି, ପାର୍କ ଖୋଲିବା ଦ୍ୱାରା କିଛି ସମସ୍ୟା ହେଉଛି କି ନାହିଁ, ତାହା ଦେଖିବା ପରେ ଆମେ ବାକି ପାର୍କ ଖୋଲିବା ନେଇ ନିଷ୍ପତ୍ତି ନେବୁ। ବିଡିଏ ଫରେଷ୍ଟ ପାର୍କ ଖୋଲିବା ନେଇ କିନ୍ତୁ ବିବାଦ ଉଠିଲାଣି। ଏହି ପାର୍କକୁ ରାଜଧାନୀର ବହୁ ଭିଆଇପି ପ୍ରାତଃ ଭ୍ରମଣରେ ଆସୁଥିବାରୁ ସେମାନଙ୍କୁ ନଜରରେ ରଖି ପାର୍କ ଖୋଲା ଯାଉଥିବା କୁହାଯାଇଛି। ଏପରିକି ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ଏହି ପାର୍କ ଖୋଲିଲେ ଲୋକଙ୍କ ଭିଡ଼ ଜମିବ। ଏହାଦ୍ୱାରା କରୋନା ସଂକ୍ରମଣ ହେବାର ସମ୍ଭାବନା ଅଛି। ହେଲେ ବିଡିଏ କର୍ତ୍ତୃପକ୍ଷ କ’ଣ ଅତିରିକ୍ତ ପ୍ରତିଷେଧକ ନେଇ ପାର୍କ ଖୋଲୁଛନ୍ତି, ତାହା ରବିବାର ଜଣାପଡ଼ିବ।

Share Now:

Kalinga News Beuro

Next Post

ବଦଳିଲା କ୍ଵାରେଣ୍ଟିନ୍ ନିୟମ: କାହା ପାଇଁ କିପରି ,ସ୍ଥାନୀୟ କର୍ତ୍ତୃପକ୍ଷ ନେବେ ନିଷ୍ପତି

Sun May 24 , 2020
ଭୁବନେଶ୍ୱର: ଆଜି ଓଡ଼ିଶା ସରକାର ପ୍ରବାସରୁ ଫେରୁଥିବା ଓଡ଼ିଆଙ୍କ ପାଇଁ କ୍ଵାରେଣ୍ଟିନ୍ ନିୟମ ପରିବର୍ତ୍ତନ କରିଛନ୍ତି। ଏବେ ପ୍ରବାସ ଫେରନ୍ତା ଓଡ଼ିଆମାନେ ୧୪ ଦିନିଆ କ୍ଵାରେଣ୍ଟିନ୍‌ରେ ରହିବେ। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳମାନେ ଏହାକୁ ପ୍ରଣୟନ କରିବେ। ଆଜି ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ଵାରେଣ୍ଟିନ୍‌ରେ ରହିବେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial