ପୁଣି ବିବାଦରେ ଆଶାରାମ ବାପୁ : ଆଶ୍ରମ ପରିସର ଭିତରେ ଥିବା ଗାଡ଼ିରୁ ମିଳିଲା ବାଳିକାର ମୃତଦେହ

ପୁଣି ବିବାଦରେ ଆଶାରାମ ବାପୁ

ନୂଆଦିଲ୍ଲୀ: ପୁଣି ବିବାଦରେ ଆଶାରାମ ବାପୁ। ନାବାଳିକାକୁ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଆଶ୍ରମରୁ ମିଳିଲା ବାଳିକାର ମୃତଦେହ। ବିମୌର ଗାଁରେ ଥିବା ସନ୍ଥ ଆଶାରାମ ବାପୁଙ୍କ ଆଶ୍ରମ ପରିସରରେ ଅଟକି ରହିଥିବା ଏକ କାର ଭିତରୁ ମୃତଦେହ ମିଳିଥିବା ଜଣାପଡ଼ିଛି। ବାଳିକାଜଣକ ଏପ୍ରିଲ ୫ ତାରିଖ ବିଳମ୍ବିତ ରାତିରେ ଘରୁ ନିଖୋଜ ହୋଇଯାଇଥିଲେ। ଏହି ମାମଲାରେ ସମ୍ପର୍କୀୟ ତିନି ଜଣଙ୍କ ବିରୋଧରେ ଅପହରଣ ମାମଲା ଦାୟର କରିଥିଲେ। ଆଶ୍ରମରେ ଅଟକି ରହିଥିବା କାରରୁ ଦୁର୍ଗନ୍ଧ ବାହାରିବା ପରେ ଆଶ୍ରମର ଚୌକିଦାର ପୁଲିସକୁ ସୂଚନା ଦେଇଥିଲେ ବୋଲି ଜଣାପଡ଼ିଛି। ସୂଚନା ମିଳିବା ପରେ ଜିଲ୍ଲାପାଳ ଡକ୍ଟର ଉଜ୍ବଳ କୁମାର ଏବଂ ଏସପି ସନ୍ତୋଶ କୁମାର ମିଶ୍ରା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛନ୍ତି। ଏହା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପାଞ୍ଚଟି ଟିମ୍ ଗଠନ କରାଯାଇଛି। ଅନ୍ୟପକ୍ଷରେ ଆଶ୍ରମର ଦେଖାଶୁଣା କରୁଥିବା ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏସପି କହିଛନ୍ତି ଯେ ବାଳିକାଜଣକ ଏପ୍ରିଲ ୫ ତାରିଖ ବିଳମ୍ବିତ ରାତିରେ ଘରୁ ନିଖୋଜ ହୋଇଯାଇଥିଲେ। ଏନେଇ ଏପ୍ରିଲ ୬ରେ ତାଙ୍କ ପରିବାର ମିଶ୍ରୌଲିଆ ପୁଲିସ ଷ୍ଟେସନରେସୂଚନା ଦେଇଥିଲେ। ଅନେକ ଖୋଜାଖୋଜି ପରେ ବାଳିକା ନମଳିବାରୁ ପରିବାର ଲୋକେ ଏପ୍ରିଲ ୭ ରେ ତିନି ଜଣଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୧୩ ରେ ଆଶାରାମଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କୁ ୨୦୧୮ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା | ସେହିପରି ୩୦ ଏପ୍ରିଲ ୨୦୧୯ ମଙ୍ଗଳବାର ଦିନ ନାରାୟଣ ସାଇଙ୍କୁ ସୁରଟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ନାରାୟଣ ସାଇ ବର୍ତ୍ତମାନ ସେ ବର୍ତ୍ତମାନ ସୁରଟର ଲଜପୁର ଜେଲରେ ଅଛନ୍ତି। ଏବେ ପୁଣି ତାଙ୍କ ଆଶ୍ରମରେ ବାଳିକାର ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share Now:

Kalinga News Beuro

Next Post

ସାମ୍ବାଦିକଙ୍କ ଉପରେ ପୁଲିସ ଅତ୍ୟାଚାର ଘଟଣା : ଖୋର୍ଦ୍ଧାରେ ସାମ୍ବାଦିକଙ୍କ କଳାବ୍ୟାଜ୍ ପରିଧାନ

Fri Apr 8 , 2022
ଖୋର୍ଦ୍ଧା : ନୀଳଗିରିରେ ସମ୍ବାଦ ଓ କନକ ଟିଭିର ପ୍ରତିନିଧି ଲୋକନାଥ ଦଳାଇଙ୍କୁ ନୀଳଗିରି ଥାନା ଅଧିକାରୀ ଏକ ମାମଲାରେ ଆକ୍ରୋଶମୂଳକ ଭାବେ ଗିରଫ କରିବା ସହ ଥାନାକୁ ଆଣି ନିର୍ଯାତନା ଦେବା ଓ ଅସୁସ୍ଥ ସାମ୍ବାଦିକଙ୍କୁ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ପ୍ରତିବାଦ କରି ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବୈଦ୍ୟୁତିକ, ୱେବ୍ ଓ ସମ୍ବାଦପତ୍ରର ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧିବା ସହ ବିକ୍ଷୋଭ ପ୍ରଦର୍ଶନ […]
ସାମ୍ବାଦିକଙ୍କ କଳାବ୍ୟାଜ୍ ପରିଧାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial