ଓଡ଼ିଶା ଡ୍ରାଇଭର୍ ମହାସଂଘର ଆନ୍ଦୋଳନ : ଦଣ୍ଡବତ କରିକି ରାଜଧାନୀରେ ପହଞ୍ଚିଲେ ଗାଡ଼ିଚାଳକ

ଓଡ଼ିଶା ଡ୍ରାଇଭର୍ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏଥିଲାଗି ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ଶହଶହ ଗାଡ଼ି ଚାଳକ। ୧୧ ଦଫା ଦାବିରେ ଆନ୍ଦୋଳନରତ ଚାଳକମାନେ ଆଜି ଦଣ୍ଡବତ କରିକି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏନେଇ ରାଜଧାନୀରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ନବୀନନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଥିଲେ ଡ୍ରାଇଭର। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ଦାବି କରିଛି ସଂଘ। ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି କରିଛି ମହାସଂଘ। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବି କରିଛି ମହାସଂଘ। ୬୦ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କୁ ଦାବି ଜଣାଇଥିଲା ମହାସଂଘ। ଏପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବାରୁ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ।

Share Now:

Kalinga News Beuro

Next Post

‘ହିନ୍ଦୁ’ ଶବ୍ଦର ଅର୍ଥ ‘ଭୟଙ୍କର’-ସତୀଶ ଲକ୍ଷ୍ମଣରାଓ କର୍ଣ୍ଣାଟକ କଂଗ୍ରେସ ନେତା

Tue Nov 8 , 2022
ବାଙ୍ଗାଲୋର: କର୍ଣ୍ଣାଟକ ପ୍ରଦେଶ କମିଟିର କାର୍ଯ୍ୟକାକଂଗ୍ରେସରୀ ସଭାପତି ସତୀଶ ଲକ୍ଷ୍ମଣରାଓ ଜାରକିହୋଲି ‘ହିନ୍ଦୁ’ ଶବ୍ଦକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ହିନ୍ଦୁ ଏକ ଭାରତୀୟ ଶବ୍ଦ ନୁହେଁ, ଏହା ପର୍ସିଆରୁ ଆସିଛି। ଏହାର ଅର୍ଥ ମଧ୍ୟ ଅତି କଦର୍ଯ୍ୟ ବା ‘ଭୟଙ୍କର’। ନିଜ ଦଳ ପକ୍ଷରୁ ଜାରକିହୋଲିଙ୍କ ଭାଷଣକୁ ବିରୋଧ କରାଯାଇଛି। ରବିବାର ବେଲାଗାବି ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଜାରକିହୋଲି କହିଛନ୍ତି, ‘‘ହିନ୍ଦୁ […]
‘ହିନ୍ଦୁ’ ଶବ୍ଦର ଅର୍ଥ ‘ଭୟଙ୍କର’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial