କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପୂର୍ବ ଜୋନାଲ ପରିଷଦର ବୈଠକ ଚାଲିଥିବାବେଳେ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡିଶା ଏବଂ ସିକ୍କିମର ମୁଖ୍ୟମନ୍ତ୍ରୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ ଭାଗ ନେଇଛନ୍ତି। ଏହି ବୈଠକରେ ବିଏସ୍ଏଫ୍ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ସୀମା ସୁରକ୍ଷା ପ୍ରସଙ୍ଗରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମା ସୁରକ୍ଷା ପ୍ରସଙ୍ଗ ଉଠାଇ ବିଏସଏଫ ପକ୍ଷରୁ ସହଯୋଗ କରାଯାଉ ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଏହା ପରେ ମମତା ଏବଂ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମମତା ବିଏସଏଫର ସୀମାକୁ ୧୫ କିଲୋମିଟରରୁ ୫୦ କିଲୋମିଟର ବୃଦ୍ଧିକୁ ବିରୋଧ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗରେ ମମତା ବାନାର୍ଜୀ ଏବଂ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପୂର୍ବ ଜୋନରେ ଆସୁଥିବା ରାଜ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ହେଉଛି ଏକମାତ୍ର ରାଜ୍ୟ ଯାହାର ସୀମା ବାଂଲାଦେଶ ସହ ଲାଗିଛି। ବାଂଲାଦେଶରୁ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଅନୁପ୍ରବେଶ ହୁଏ। ଆଉ କେନ୍ଦ୍ର ସରକାର ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫର ସୀମାକୁ ୫୦ କିଲୋମିଟରକୁ ବୃଦ୍ଧି କରିଛନ୍ତି। ଯାହାକୁ ନେଇ ମମତା ଆପତ୍ତି କରିଛନ୍ତି। ଏହି ବୈଠକରେ ମମତା କହିଥିଲେ ଯେ ବିଏସଏଫ ଏହି ଅଞ୍ଚଳରେ ଅତ୍ୟାଚାର କରୁଛି। ଆଉ ବିଏସଏଫ ଅଧିକାରୀମାନେ ରାଜ୍ୟ ସରକାର ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ବୈଠକରେ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା, ଆନ୍ତଃରାଜ୍ୟ ବାଣିଜ୍ୟ, ଚୋରା ଚାଲାଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଯୋଗଦେବା ପାଇଁ ଅମିତ ଶାହା ଶୁକ୍ରବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଥିଲେ।
ଅମିତ ଶାହାଙ୍କ ଉପସ୍ଥିତିରେ ମୁହାଁମୁହିଁ ହେଲେ ମମତା-ବିଏସଏଫ ଅଧିକାରୀ

Share Now: