ଶିବ ମନ୍ଦିରରୁ ଷଣ୍ଢ ନେଇଗଲେ ଦୁର୍ବୃତ୍ତ : ପୁଲିସରେ ଲିଖିତ ଅଭିଯୋଗ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ପ୍ରାଚୀ ନଦୀ ତଟ ଅନ୍ତର୍ବେଦୀ ପିଠ ଭାପୁର ତ୍ରିବେଣୀଶ୍ୱରଙ୍କ ନିକଟସ୍ଥ ବେଲେଶ୍ୱର ମହାଦେବଙ୍କ ମନ୍ଦିରରେ ସ୍ଥାପିତ ବୃଷଭଙ୍କୁ କେହି ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଏନେଇ ମନ୍ଦିର ପୂଜକ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ବହୁ ପୁରାତନ ମୁଗୁନି ପଥରରେ ନିର୍ମିତ ବୃଷଭଙ୍କୁ ଲୁଟି ନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ ପହଁଞ୍ଚି ଆଖ ପାଖରେ ଖୋଜା ଖୋଜି କରିଥିଲା, ହେଲେ ମୂର୍ତ୍ତି ମିଳି ନାହିଁ। ମୂର୍ତ୍ତି ଚୋରି ଯୋଗୁଁ ଠାକୁରଙ୍କ ନୀତିରେ ବିଭ୍ରାଟ ହୋଇଛି। ପୁଲିସ ଚୋରି ଘଟଣା ଉପରୁ ରହସ୍ୟ ହଟାଇବାକୁ ସାଧାରଣରେ ଦାବି ହୋଇଛି।
ଆଜି ସୋମବାରରେ ବହୁ ଶ୍ରଦ୍ଧାଳୁ ମନ୍ଦିର ଆସି ପୂଜାର୍ଚ୍ଚନା କରିଥିଲେ, ହେଲେ ଆସ୍ଥାନରେ ନନ୍ଦୀଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଶହ ଶହ ଭକ୍ତ ଵୃଷଭଙ୍କୁ ପୂଜା କରି ମାନସିକ ପ୍ରାପ୍ତି ହୋଇଛନ୍ତି। ସେହିପରି ତ୍ରିବେଣୀ ଘାଟରେ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ। ଅନ୍ତର୍ବେଦୀ ପୀଠରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରିଥାନ୍ତି।

Share Now:

Kalinga News Beuro

Next Post

ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନକୁ ଧୋକା ଦେଇଛି ବିଜେଡି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Tue May 28 , 2024
ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅମର ଶତପଥୀଙ୍କ ସହ ବିଜେଡି ଧୋକା କରିଛି। ଏହାସହ ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି। ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାଙ୍କ ପ୍ରଧାନମନ୍ତ୍ରୀ କିଏ ହେବ? ଗୁମାସ୍ତା ଓ କ୍ରୀତଦାସ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial