ସବୁ କଟକଣାକୁ ଦଳି ଦେଲେ : ରଥ ଉପରେ ନକଲି ସେବାୟତ

ମହିଳା ଅଧିକାରୀଙ୍କ ସ୍ବାମୀ ବି ଥିଲେ

ପୁରୀ : ଏଥର କୋଭିଡ୍‌ କଟକଣା ଭିତରେ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ସଫଳ ହୋଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ପ୍ରଶାସନ ରଥଯାତ୍ରାକୁ ଶୃଙ୍ଖଳାର ସହିତ ଆୟୋଜନ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେବକଙ୍କ ନିଷ୍ଠା ଓ ସେବା ମନୋଭାବକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଲା। ପୁରୀବାସୀଙ୍କ ସହ ସମଗ୍ର ଜଗନ୍ନାଥ ପ୍ରେମୀ ଘରେ ରହି ରଥଯାତ୍ରା ଦେଖିଲେ। ମାତ୍ର ଏହି ସୁଯୋଗର କିଛି ସେବକ, ଅଧିକାରୀ ଫାଇଦା ଉଠାଇଛନ୍ତି। ନକଲି ବେଶରେ କିଛି ଲୋକଙ୍କୁ ରଥ‌ରେ ସାମିଲ କରାଇଛନ୍ତି। କିଛି ଅଧିକାରୀ ଡ୍ୟୁଟି ନଥାଇ ରଥ ପାଖକୁ ଯାଇଛନ୍ତି। ଆଉ କିଛି ଅଧିକାରୀ ଡ୍ୟୁଟି ଆଳରେ ନିଜ ସମ୍ପର୍କୀୟଙ୍କୁ ନେଇ ରଥ ଟଣାଇଛନ୍ତି। ଏଭଳି ଏକ ଘଟଣା ଏବେ ସା‌ମ୍ନାକୁ ଆସିଛି।

ଜଣେ ନିଶୁଆ ବ୍ୟକ୍ତି ସେବକ ବେଶରେ ରଥ ଟାଣୁଥିବାର ଫଟୋ ଭାଇରାଲ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ସେବକ ହୋଇନଥିବା ଅନ୍ୟ ସେବକମାନେ ଅଭି‌‌ଯୋଗ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ନକଲି,ସେବକ ବେଶରେ ରଥ ପାଖକୁ ଯାଇଥିଲେ। ବେକରେ ଶ୍ରୀମନ୍ଦିର ପ୍ରଶାସନର ‌‌ସେବକଙ୍କ ପରିଚୟପତ୍ର ମଧ୍ୟ ପକାଇଥିଲେ। ରଥ ଟାଣିଥିଲେ, ‌କିଛି ସେବକଙ୍କ ସହିତ ଅନ୍ତରଙ୍ଗ ଫଟୋ ମଧ୍ୟ ଉଠାଇଥିଲେ। ତେବେ ଏ ସେବକ ଜଣକ କିଏ? ତାଙ୍କୁ ମନ୍ଦିର ପ୍ରଶ‌ାସନର ପରିଚୟ କିଭଳି ମିଳିଲା, ତାଙ୍କୁ ରଥ ପର୍ଯ୍ୟନ୍ତ ନେଇଥିବା ବ୍ୟକ୍ତି କିଏ ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ‌ାବି ହୋଇଛି। ନିଶ ରଖିଥିବା ଏହି ନକଲି ସେବାୟତଙ୍କୁ ଠାବ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ‌କେବଳ କୋଭିଡ୍‌ ପରୀକ୍ଷା ହୋଇଥିବା ସେବକ ରଥ ଟାଣିବାକୁ ଅନୁମତି ଥିବା ବେଳେ ବିନା‌ କୋଭିଡ୍‌ ପରୀକ୍ଷାରେ ସମ୍ପୃକ୍ତ ବ୍ୟକ୍ତି କିଭଳି ରଥ ଉପରକୁ ଗଲେ, ରଥ ଟାଣିଲେ ତା’ର ତଦନ୍ତ କରିବାକୁ ଦାବି ହୋଇଛି। କେବଳ ‌ସେତକି ନୁହେଁ ରଥରେ ଡ୍ୟୁଟି ନଥିବା ବହୁ ଅଧିକାରୀ ରଥ ନିକଟକୁ ଯାଇଥିଲେ। ଜଣେ ମହିଳା ତହସିଲଦାରଙ୍କ ସ୍ବାମୀ ରଥ ନିକଟକୁ ଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାର ମଧ୍ୟ ତଦନ୍ତ କରିବାକୁ ଦାବି ହୋଇଛି। ଏହା ଛଡା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଅନୁଯାୟୀ ଘୋଷ ଯାତ୍ରା କରିବାକୁ ଥିଲା ବେଳେ ଅନେକ ବିଚ୍ୟୁତି ମଧ୍ୟ ଦେଖିବାକୁ ମିଳିଥିଲା। ଯେପରି ସାମାଜିକ ଦୂରତ୍ୱ କୌଣସି ସେବାୟତ ମାନୁ ନଥିଲେ,ତାହା ମଧ୍ୟ ଅନେକ ଗଣମାଧ୍ୟମରେ ସିଧା ପ୍ରସାରଣରୁ ଦୃଶ୍ୟମାନ ହୋଇଛି। ସେଥିପାଇଁ ଦାୟୀ କିଏ ଓ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ନୀଳାଦ୍ରି ବିଜେ ଓ ଅଧରପଣାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା କିଛି ସେବକଙ୍କ ପାଇଁ ସମଗ୍ର ସେବକ ସମାଜ ପୁଣି ବଦାନାମ ହୋଇଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅଧରପଣା ଦିନ ଅଧରହାଣ୍ଡି ଭାଙ୍ଗିବା ପୂର୍ବରୁ ଜଣେ ବରିଷ୍ଠ ସେବାୟତଙ୍କ ପୁଅ ପଣା ନେଇ ଯାଇଥିଲେ। ଏ ଫଟୋ ମଧ୍ୟ ରହିଛି। ସେହିଭଳି ନୀଳାଦ୍ରି ବିଜେ ଦିନ‌ ସେବକମାନେ ସେମାନଙ୍କ ପରିବାରର ଛୋଟ ପିଲାଙ୍କୁ ରଥ ଉପ‌ରେ ଚଢାଇଥିଲେ। ଏଭଳି ବ୍ୟବସ୍ଥାବଳୀ ଉଲ୍ଲଂଘନ କରିଥିବା ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ହୋଇଛି।

Share Now:

Kalinga News Beuro

Next Post

‘ଆପଣଙ୍କ ପାଖରୁ ଗୋଟିଏ ଲାଇକ୍‌ ପାଇଁ ଯୋଗ୍ୟ ନୁହେଁ କି?’ ସଲମାନ୍‌ଙ୍କୁ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାଂସଦ ଅନୁଭବ

Mon Jul 6 , 2020
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସା˚ସଦ ଅନୁଭବ ମହାନ୍ତିଙ୍କ ଏକ ଟୁଇଟ୍‌ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିନେତାରୁ ନେତା ପାଲଟିଥିବା ଅନୁଭବ କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଏଥର ଟୁଇଟର‌୍‌ରେ ବଲିଉଡ୍‌ ସୁପରଷ୍ଟାର‌୍‌ ସଲମାନ୍‌ ଖାନ୍‌ଙ୍କଠୁ ଗୋଟିଏ ଲାଇକ୍‌ ପାଇଁ କାକୁତିମିନତି ହୋଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏଥିପାଇଁ ବିଭିନ୍ନ ସାମାଜିକ ଗଣମାଧୢମରେ ତାଙ୍କୁ ଲୋକହସା ହେବାକୁ ପଡ଼ିଛି। ସା˚ସଦ ଅନୁଭବ ଜିମ୍‌ରେ ଅଭ୍ୟାସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial