ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ହେଉଛି ଗୁଳୁଗୁଳି : ସମ୍ବଲପୁରରେ ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ

ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଲେ ସମ୍ବଲପୁରବାସୀ

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ହେଉଛି ଗୁଳୁଗୁଳି। ଚଳିତ ସପ୍ତାହରେ ଏହା ଜନଜୀବନକୁ ଆହୁରି ଅସ୍ତବ୍ୟସ୍ତ କରିପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ତେବେ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଖରା ଲୋକଙ୍କର କଷ୍ଟ ଦୁଇଗୁଣ ବଢ଼ାଇ ଦେଇଛି। ଆଜି ଅପରାହ୍ନ ଦିନ ୨ଟା ୩୦ମିନିଟ ସୁଦ୍ଧା ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା ବେଳେ ସମ୍ବଲପୁରରେ ଏହା ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୩.୪ ଓ ହୀରାକୁଦରେ ପାରା ୪୧.୬ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଏବେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସ୍ୱାଭାବିକ ପାଣିପାଗ ପରିସ୍ଥିତି ରହିଛି। ଉତ୍ତର ବିହାରରୁ ମଧ୍ୟ ଛତିଶଗଡ଼ ପ୍ରଯ୍ୟନ୍ତ ଗୋଟେ ଟ୍ରପ ଲାଇନ ରହିଛି। ତା ପ୍ରଭାବରେ ଉତ୍ତରଓଡ଼ିଶା ସମେତ ଦକ୍ଷିଣଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ହେବ। ବର୍ଷା ହେଲେ ଗୁଳୁଗୁଳିରୁ ନିସ୍ତାର ମିଳିବ। ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା କାରଣରୁ ଦିନ ତମାମ ଅଧିକ ଗୁଳୁଗୁଳି ହେଉଛି କିଛି ଜିଲ୍ଲାରେ ଦିନ ତାପମାତ୍ରା ଅଧିକ ବୃଦ୍ଧି ନହେଲେ ବି ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି। ଆଜି ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡା, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରି ପର୍ଯ୍ୟନ୍ତ ଯାଇପାରେ। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୨ଟା ୩୦ ମିନିଟରେ ଭୁବନେଶ୍ୱରରେ ତାପମାତ୍ରା ୩୭.୨ ଡିଗ୍ରି ରେକର୍ଡ ହୋଇଛି। ଚାନ୍ଦବାଲିରେ ଏହା ୩୬.୬ ଡିଗ୍ରି ଥିବା ବେଳେ କେନ୍ଦୁଝରରେ ୩୬.୪, ଗୋପାଳପୁରରେ ୩୪.୮, ପାରାଦୀପରେ ୩୪.୦, ବାଲେଶ୍ୱରରେ ୩୩.୦ ଓ ପୁରୀରେ ୩୨.୮ ଡିଗ୍ରି ପାରା ଛୁଇଁଛି।

Share Now:

Kalinga News Beuro

Next Post

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପ୍ରସ୍ତୁତି : ବାଜିବନି ଡିଜେ, ଗୋଟିଏ ସ୍ଥାନରେ ଫୁଟିବ ବାଣ

Tue May 16 , 2023
ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପାଇଁ ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଓ ବିବାହ ଯାତ୍ରା ବେଳେ ଡିଜେ ବାଜିବ ନାହିଁ। ସେହିପରି ରାତି ୧୦ଟା ମଧ୍ୟରେ ଗୋଟିଏ ସ୍ଥାନରେ ବାଣ ଫୁଟିବ। ତାହା ପୁଣି ଲାଇସେନ୍ସ ପ୍ରାପ୍ତ ବାଣୁଆ ଏହି ବାଣ ଫୁଟାଇ ପାରିବେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ […]
ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପ୍ରସ୍ତୁତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial