ନାଳିଆ ନଦୀରେ ବୁଡ଼ି ୩ ନାବାଳକଙ୍କ ପ୍ରାଣହାନୀ

ନାଳିଆ ନଦୀ

ଭଦ୍ରକ: ଭଦ୍ରକର ନାଳିଆ ନଦୀରେ ବୁଡ଼ି ୩ ନାବାଳକଙ୍କ ପ୍ରାଣହାନି ଘଟିଥିବାର ସୂଚନା ମିଳିଛି। ୩ ମୃତକଙ୍କ ମୃତଶରୀର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। ଏହି ୩ ନାବାଳକ ହେଲେ ହରିହରପୁରର ପ୍ରଣୟ ଲେଙ୍କା(୧୭), ଶ୍ରୀଧରପୁରର ସ୍ମୃତିରଂଜନ ସ୍ବାଇଁ (୧୭) ଓ ରଜତ ଜେନା(୧୬)। ଏମାନେ ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସେମାନେ ପାଣିରେ ପହଁରା ଶିଖିବା ଉଦ୍ଦେଶ୍ୟରେ ନଦୀରେ ପଶିଥିଲେ। ହେଲେ ପହଁରା ଜାଣି ନଥିବା ହେତୁ ବୁଡ଼ିଯାଇଥିଲେ।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସମେତ ବହୁ ରାଜନେତା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ସେଠାରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ୫ଜଣ ସାଙ୍ଗ ଆଜି ସକାଳେ ସାଳନ୍ଦୀର ଶାଖା ନାଳିଆ ନଦୀରେ ପହଁରା ଶିଖିବାକୁ ଯାଇଥିଲେ। ହେଲେ ସେଠାରେ ସେମାନଙ୍କ ଭିତରୁ ୩ଜଣ ପାଣିରେ ବୁଡ଼ିଯାଇଥିଲେ।

Share Now:

Kalinga News Beuro

Next Post

ନାଥୁଲା ଘାଟିରେ ହିମସ୍ଖଳନ : ୬ ମୃତ, ୩୫୦ରୁ ଅଧିକ ପର୍ଯ୍ୟଟକ ଫସିଥିବା ଆଶଙ୍କା

Tue Apr 4 , 2023
ଗାଙ୍ଗଟକ୍ : ସିକିମର ନାଥୁଲା ଘାଟିରେ ଆଜି ପ୍ରବଳ ହିମସ୍ଖଳନ ଯୋଗୁଁ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଅନେକ ପର୍ଯ୍ୟଟକ ବରଫରେ ଫସି ରହିଥିବା ଆଶଙ୍କା କରାଯାଉଛି। ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ହିମସ୍ଖଳନ ସମୟରେ ଏହି ଅଞ୍ଚଳରେ ୩୫୦ରୁ ଅଧିକ ପର୍ଯ୍ୟଟକ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ,ଗ୍ୟାଙ୍ଗଟକରୁ ନାଥୁଲାକୁ ସଂଯୋଗ […]
ନାଥୁଲା ଘାଟିରେ ବଡ଼ଧରଣର ହିମସ୍ଖଳନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial