ବାଲିପାଟଣା ସରକାରୀ ମଦ ଦୋକାନରୁ ଲୁଟିଲେ ଦୁର୍ବୃତ୍ତ

ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ କଳାକନା ବୁଲେଇଛନ୍ତି ଦୁର୍ବୃତ୍ତ। ନଗଦ କ୍ୟାସ ଓ ପେଟି ପେଟି ମଦ ନେଇ ଯାଇଛନ୍ତି ଚୋର। ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କର୍ମଚାରୀ କହିଛନ୍ତି। ଦୁର୍ବୃତ୍ତ ଦୋକାନରେ ଲାଗିଥିବା ସିସି ଟିଭି ହାର୍ଡ ଡିକ୍ସ ତାଡି ନେଇଛନ୍ତି।
ସୂଚନା ଅନୁସାରେ, ବାଲିପାଟଣା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଗତ ବର୍ଷ ଏପ୍ରିଲ ମାସରେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲା। ଅନୁରୂପ ଭାବେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଦୋକାନ ସଟର ତାଲା କାଟିବା ସହ ଚାରି ଚକିଆ ଯାନ ଲଗାଇ ପେଟି ପେଟି ମଦ ବୋହି ନେଇଛନ୍ତି। ଦୋକାନ କର୍ମଚାରୀଙ୍କ କହିବା କଥା ବୁଧବାର ୮୯ ପେଟି ମାଲ ଦୋକାନକୁ ଆସିଥିଲା। ସେଥିରୁ ଅଧିକାଂଶ ପେଟି ଚୋରି ହୋଇଛି। ୧.୮୦ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ କ୍ୟାସ ଚୋରି ହୋଇଛି। ଦୋକାନ ସିସି ଟିଭି ହାର୍ଡ ଡିକ୍ସକୁ ମଧ୍ୟ ନେଇ ଯାଇଛନ୍ତି। ଆଜି ସକାଳୁ କର୍ମଚାରୀ ଦୋକାନ ଖୋଲିବାକୁ ଆସିବା ସମୟରେ ସଟର ଅଧା ଖୋଲା ଥିବା ଦେଖିଥିଲେ। ଦୋକାନ ଭିତରକୁ ଯିବା ପରେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଜାଣି ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବାହ୍ନ ୧୦ଟା ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣା ପଡ଼ିଛି।

Share Now:

Kalinga News Beuro

Next Post

ଡଙ୍ଗା ବୁଡ଼ିରେ ଦୁଇସନ୍ତାନକୁ ହରାଇଲେ ଦମ୍ପତି

Fri Jan 19 , 2024
ବଡ଼ୋଦରା: ଗୁଜରାଟର ବଡ଼ୋଦରା ଜିଲ୍ଲା ନିକଟରେ ଥିବା ହରନୀ ମୋତନାଥ ହ୍ରଦରେ ଗତକାଲି ଡଙ୍ଗା ବୁଡ଼ିଯିବା ଯୋଗୁ ୧୬ ଜଣ ସ୍କୁଲ୍ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ଏହି ଡଙ୍ଗାରେ ମୋଟ ୨୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ଯାତ୍ରୀ ଥିଲେ। ମୃତ୍ୟୁ ‌ହୋଇଥିବା ୧୬ଜଣ ଛାତ୍ରଛାତ୍ରୀଙ୍କ ବୟସ ପ୍ରାୟ ୧୪ରୁ ୧୫ବର୍ଷ ଭିତରେ ହୋଇଥିବା ବେଳେ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial